April 28, 2026

ମୋହନା ନଦୀ କୂଳିଆବାସୀ ଆତଙ୍କିତ,ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ମୋହନା 

IMG-20251028-WA0041
Share

ମୋହନା(ଗଣେଶ ବିଷୋୟୀ)ଚ଼ଳିତ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ମୋହନା ବ୍ଲକରେ ନାହିଁ ନ ଥିବା କ୍ଷତି ଘଟିଥିଲା। କେଉଁଠି କଲଭର୍ଟ ଧୋଇ ହୋଇ ଯାଇଥିଲା ତ ଆଉ କେଉଁଠି ରାସ୍ତା ଓ ଭୂସ୍ଫଳନ ଘଟି ପାହାଡର ମାଟି ଓ ପଥର ରାସ୍ତା ଅବରୋଧ କରି ଗମନାଗମନରେ ବାଧକ ସୃଷ୍ଟି କରିଥିଲା। କିନ୍ତୁ ସଦର ମହକୁମା ମୋହନା ବାସୀ ଏହି ଲଗାଣ ବର୍ଷାରୁ ସୁରକ୍ଷା ପାଇନଥିଲେ। ମୋହନାର ଗୋଟିଏ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅ୦ରନଳା ନଦୀ ପ୍ରବାହିତ ହେଉଥିବା ବେଳେ ଅପରପାର୍ଶ୍ୱରେ ହରଭଙ୍ଗି ନଦୀ ପ୍ରବାହିତ ହେଉଛି। ଯାହାଫଳରେ ନଦୀରେ ପାହାଡ଼ିଆ ବନ୍ୟାଜଳ ପ୍ରବାହିତ ହେବା ଫଳର ଉଭୟ ନଦୀର ଜଳ ଫୁଲି ଉଠି ପ୍ରଖର ହୁଏ|ତାହାର ପ୍ରଭାବ ମୋହନା ବାସୀଙ୍କ ଉପରେ ପଡ଼ିଥାଏ। ଗତ ଲଗାଣ ବର୍ଷାରେ ବନ୍ୟାଜଳ ପ୍ରଖର ବେଗରେ ପ୍ରବାହିତ ହେବାଫଳରେ ନାରାୟଣ ନଗର , ଶ୍ରୀରାମ ନଗର, ମାଣିକେଶ୍ଵରୀ ସାହି, ନୂଆଁ ବସଷ୍ଟାଣ୍ଡ ସାହି ମଧ୍ୟରେ ନଦୀ ଜଳ ଘର ମଧ୍ୟରେ ପ୍ରବେଶ କରି ଲୋକଙ୍କ ମଧ୍ୟରେ ଭୟ ସଂଚ଼ାର କରିଥିଲା। ମୋହନା ବାସୀ ଏଭଳି ଲଘୁଚାପ ଜନିତ ଲଗାଣ ବର୍ଷା କେବେ ଦେଖିନ ଥିବା କହିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଛନ୍ତି। ପ୍ରକାଶ ଯୋଗ୍ୟ ଦୁଇଟି ନଦୀର ଉଭୟ ପାର୍ଶ୍ଵରେ ପ୍ରଶାସନ ପକ୍ଷରୁ ପଥର ଗାର୍ଡ଼ ୱେଲ ନିର୍ମାଣ କରି ଲୋକଙ୍କ ଧନ ଜୀବନ ରକ୍ଷା କରିବାକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି। ନଚେତ୍ ମୋହନା ସହର ଆଗାମୀ ଦିନରେ ବନ୍ୟା ଜଳରେ ବୁଡି ସବୁଦିନ ପାଇଁ ଭୌଗୋଳିକ ମାନଚିତ୍ରରୁ ଲୋପ ପାଇଯିବ। ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଏହାର ବିକଳ୍ପ ରାସ୍ତା ଯୋଗାଡ କରିବା ସହ ଲୋକଙ୍କୁ ସୁରକ୍ଷା ନିମନ୍ତେ ଗୁରୁତ୍ଵ ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା।