ytuyu-1-292x300-1-150x150-1-150x150-1-150x150-1
Share

*ଖବର ଆଜିର*

ତାରିଖ ୦୩/୦୫/୨୦୨୩ ବୁଧବାର ।

 

ଲୋ’ ସ୍କୋରିଂ, ହାଇ ରୋମାଞ୍ଚ: ଗୁଜରାଟ ଟାଇଟନ୍ସକୁ ୫ ରନରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ ।

 

ଦେବାଳିଆ ହେଲା ଗୋ-ଫାଷ୍ଟ୍, ମେ’ ୩ ଓ ୪ ପାଇଁ ସମସ୍ତ ବିମାନ ଉଡ଼ାଣ ବାତିଲ ।

 

କଂଗ୍ରେସ ସୁଦାନ ସଙ୍କଟ ଉପରେ ରାଜନୀତି କରିବାକୁ ପଛାଇନାହିଁ। ପିଡୀତ ପରିବାରକୁ ଉସକାଉଛନ୍ତି ଦଳର ନେତା: ପ୍ରଧାନମନ୍ତ୍ରୀ ମୋଦୀ ।

 

ରାହୁଲ ଗାନ୍ଧିଙ୍କୁ ମିଳିଲା ନାହିଁ ଅନ୍ତରୀଣ ସୁରକ୍ଷା; ଗ୍ରୀଷ୍ମ ଅବକାଶ ପରେ ମାନହାନି ମାମଲାର ରାୟ ଶୁଣାଇବେ ଗୁଜରାଟ ହାଇକୋର୍ଟ।

 

କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରତିଶ୍ରୁତିର ପ୍ରତିଯୋଗିତା:

 

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି: ସଜାଗ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

 

ସୁପ୍ରିମକୋର୍ଟରେ ପହଁଚିଲା ଫିଲ୍ମ କେରଳ ଷ୍ଟୋରୀ ବିବାଦ, -ହାଇକୋର୍ଟ ଯିବାକୁ ପରାମର୍ଶ ଦେଇ ଆବେଦନ ଉପରେ ଶୁଣାଣୀ କରିବାକୁ ମନା କଲେ ସୁପ୍ରିମକୋର୍ଟ ।

 

ପୁଣି ସାମ୍ନାକୁ ଆସିଲା ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ତିକ୍ତ ସମ୍ପର୍କର ପ୍ରମାଣ, ଆଇପିଏଲ ମ୍ୟାଚ୍ ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ।

 

୬ ତାରିଖରେ ଘୂର୍ଣ୍ଣିବଳୟ: ୮ ତାରିଖରେ ଲଘୁଚାପ, ବାତ୍ୟାକୁ ନେଇ ବଢ଼ୁଛି ଆଶଙ୍କା ।

 

କର୍ଣ୍ଣାଟକ ନିର୍ବାଚନୀ ପ୍ରଚାରରେ ହନୁମାନଙ୍କୁ ନେଇ ତେଜିଲା ରାଜନୀତି, ମୋଦୀ କହିଲେ ପୂର୍ବରୁ ଶ୍ରୀରାମ ଆଉ ଏବେ ହନୁମାନଙ୍କ ଭକ୍ତ ଉପରେ କଟକଣା ଲଗାଇବା ବ୍ୟବସ୍ଥା କରୁଛି କଂଗ୍ରେସ ।

 

ମହାତ୍ମା ଗାନ୍ଧିଙ୍କ ପୌତ୍ର ଅରୁଣ ଗାନ୍ଧିଙ୍କ ପରଲୋକ, ୮୯ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ ।

 

ବିବାହ ବନ୍ଧନରେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ; ଗୌହାଟିରେ ପଡ଼ିଲା ଅନନ୍ୟା-ଚଞ୍ଚଳଙ୍କ ହାତଗଣ୍ଠି।

 

ଭାଷା ଉପରେ ରଖନ୍ତୁ ନିୟନ୍ତ୍ରଣ’: କର୍ଣ୍ଣାଟକ ନିର୍ବାଚନକୁ ନେଇ ନେତାଙ୍କୁ ନିର୍ବାଚନ ଆୟୋଗଙ୍କ ପରାମର୍ଶ ।

 

ମଝି ଆକାଶରେ ହେଲିକପ୍ଟର‌ରେ ଚିଲ ପିଟି ହେବାରୁ ଭାଙ୍ଗିଗଲା କାଚ, ଅଳ୍ପକେ ବଞ୍ଚିଗଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ।

 

ଏନ୍‌ସିପି ମୁଖ୍ୟ ପଦରୁ ପାୱାରଙ୍କ ଇସ୍ତଫା: ଦଳର ବରିଷ୍ଠ ନେତା ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ ।

 

ଦେଶରେ ଏପ୍ରିଲ ମାସରେ ଦୁଇ ଚକିଆ ବିଦ୍ୟୁତ ଯାନ ବିକ୍ରି ହ୍ରାସ ପାଇଛି। ମାର୍ଚ୍ଚ ମାସରେ ୮୩,୨୯୨ଟି ଦୁଇ ଚକିଆ ବିଦ୍ୟୁତ ଯାନ ବିକ୍ରି ହୋଇଥିବାବେଳେ ଏପ୍ରିଲରେ ଏଥିରେ ପାଖାପାଖି ଏକ ଚତୁର୍ଥାଂଶ ହ୍ରାସ ଘଟି ୬୨,୫୮୧ ରହିଛି ବୋଲି ବାହାନ ତଥ୍ୟରୁ ଜଣାଯାଇଛି।

 

ଫାଇବ୍‌-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ; ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।

 

ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଏଫସି ଖେଳାଳି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ଏଫସି ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

 

ସୁପ୍ରଭାତ ,ଶୁଭ ସକାଳ ।

You may have missed