April 30, 2026

ହଜିବାକୁ ବସିଲାଣି ନଳିତା ଚାଷ। 

IMG-20251023-WA0043
Share

 

ବୋଲଗଡ଼, (ଉପାନ୍ତ ଖବର): ଆମରାଜ୍ୟରେ ଧାନ ଚାଷ ବ୍ୟତୀତ ଆଉ ଏକ ଖରିଫ ଚାଷ ହେଉଛି ନଳିତା ଚାଷ। ଦିନ ଥିଲା ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ବହୁ ପରିମାଣରେ ନଳିତା ଚାଷ କରା ଯାଉଥିଲା। ଏପରି କି ପ୍ରତେକ ଗ୍ରାମାଞ୍ଚଳରେ ଅଳ୍ପ ବହୁତ ନଳିତା ଚାଷ କରି ସେଥିରୁ ଝୋଟ ଉତ୍ପାଦନ କରି ଝୋଟରୁ ପ୍ରସ୍ତୁତ ଲଙ୍ଗଳ ଦଉଡ଼ି, ପଘା, ଶିକା, ଝୋଟ ଅଖା, ବ୍ୟାଗ୍,ସୁତୁଲି ଇତ୍ଯାଦି ପ୍ରସ୍ତୁତ କରି ନିଜେ ବ୍ୟବହାର କରିବା ସହିତ ବଜାରରେ ବିକ୍ରୀ କରି ନିଜର ଗୁଜୁରାଣ ମେଣ୍ଟାଇ ପାରୁଥିଲା କିନ୍ତୁ ବର୍ତ୍ତମାନ ସମୟରେ ନଳିତା ଚାଷ ପ୍ରତି ବିମୁଖ ହୋଇ ପଡିଛି ଚାଷୀ । ଯାହା କି ବର୍ତ୍ତମାନ ସମୟରେ ହଜିବାକୁ ବସିଲାଣି ନଳିତା ଚାଷ। ନଳିତା ଚାଷ ପ୍ରତି ଆଉ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଚାଷୀ କୂଳ। ବର୍ତ୍ତମାନ ସମୟରେ ନଳିତା ଚାଷ ଦେଖିବାକୁ ସ୍ୱପ୍ନ ହୋଇଗଲାଣି। ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳୁନଥିବାରୁ ଏବଂ ଏଥିସହ ନଳିତାରୁ ଉତ୍ପାଦିତ ଝୋଟ ବିକ୍ରୀ କରିବା ପାଇଁ ବଜାର ବ୍ୟବସ୍ଥା ନାହିଁ। ଯାହାକି ଚାଷୀମାନଙ୍କର ଚିନ୍ତା ର କାରଣ ପାଲଟିଛି। ଅନ୍ୟ ପଟେ ଦେଖି ବାକୁ ଗଲେ ଆଲୋକର ପର୍ବ ଦୀପାବଳୀ ପାଇଁ ନଳିତାରୁ ଝୋଟ ବାହାର କରିସାରିଲା ପରେ ଯେଉଁ କାଉଁରିଆ କାଠି ବାହାରି ଥାଏ ତାହା ଦୀପାବଳି ଦିନ ଖୋଜା ପଡିଥାଏ। ସେଥିପାଇଁ ଅଳ୍ପ ସ୍ଥାନ ମାନଙ୍କରେ କାଁ ଭାଁ ନଳିତା ଚାଷ ଦେଖିବାକୁ ମିଳୁଛି। ବହୁଳ ଭାବରେ ପ୍ଲାଷ୍ଟିକ ସାମଗ୍ରୀ ଓ ପଲିଥିନ୍ ବ୍ୟବହାର ହେବା ଦ୍ୱାରା ନଳିତା ଚାଷ କରିବା ପାଇଁ ଆଗ୍ରହ କମୁଥିବାର କହିଛନ୍ତି ଚାଷୀ। ଲୋପ ପାଇବାକୁ ବସିଥିବା ଏହି ନଳିତା ଚାଷକୁ ସରକାର ଜଦି ଏବେ ଠାରୁ ଚିନ୍ତା ନକରନ୍ତି କାଁ ଭାଁ ହେଉଥିବା ନଳିତା ଚାଷ ତାହା ମଧ୍ୟ ଲୋପ୍ ପାଇ ଜିବ। ଜଦି ନଳିତା ଚାଷ ସମୟରେ ଚାଷୀମାନଙ୍କୁ ଉପଯୁକ୍ତ ବିହନ, ବୈଷୟିକ କୌଶଳ ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉନଥିବା ବେଳେ ଜଦି ସରକାରଙ୍କ ପକ୍ଷରୁ ଆବଶ୍ୟକ ସଚେତନତା , ପ୍ରୋତ୍ସାହନ ରାଶି ଯୋଗାଇ ଦିଆ ଯାଇପାରନ୍ତା ପୂର୍ବପରି ଚାଷୀମାନଙ୍କ ମନରେ ନଳିତା ଚାଷର ପ୍ରତି ଆଗ୍ରହ ବଢିପାରନ୍ତା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed