କଳାହାଣ୍ଡି ଅବକାରୀ ବିଭାଗ ଦ୍ୱାରା ନକଲି ମଦ ଜବତ, ତିନି ଗିରଫ।
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତକାଲି କଳାହାଣ୍ଡି ଅବକାରୀ ବିଭାଗର ଅଧିକ୍ଷକ ଶ୍ରୀ ରଞ୍ଜନ କୁମାର ନାଏକ ଓ ସହ ଅଧିକ୍ଷକ ସାଗରୀକା ପ୍ରଧାନଙ୍କ ତୱାବଧାନରେ ପେଟ୍ରୋଲିଙ୍ଗ ଚାଲିଥିବାବେଳେ, ସଂଧ୍ୟା ସମୟରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଣୀଙ୍ଗ ଠାରେ ଅବକାରୀ ବିଭାଗ ତରଫରୁ ଛତିଶଗଡ଼ ରେଜିଷ୍ଟ୍ରେସନ ନଂ’ଥିବା ଏକ କାରକୁ ଅଟକାଇଥିଲେ ଓ ଜାଞ୍ଚ କଲାପରେ କାର ମଧ୍ୟରେ ଶହ ଶହ ସଂଖ୍ୟାରେ ବିଭିନ୍ନ ପ୍ରକାରର ବିଦେଶୀ ମଦ ବୋତଲ ଥିବା ଦେଖି କାର ସମେତ ସେଥିରେ ସବାର ଥିବା ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ଏହାପରେ ଏହି ତିନି ଜଣ ବ୍ୟକ୍ତିଙ୍କୁ ଜେରା କରାଯିବାରୁ, ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ଯେ’ ସମସ୍ତ ମଦ ବୋତଲ ଗୁଡିକ ନକଲି ଅଟେ ଏବଂ ଏହି ନକଲି ବିଦେଶୀ ମଦ ବୋତଲ ଗୁଡିକ ଛତିଶଗଡ଼ରୁ କଳାହାଣ୍ଡି ଦେଇ ବଲାଙ୍ଗୀରକୁ ଯାଉଥିଲା। ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗିଥିବାବେଳେ, ସୀମାବର୍ତ୍ତୀ ଅଞ୍ଚଳ ଗୁଡିକ ଜଙ୍ଗଲରେ ପରିପୂର୍ଣ ଅଟେ ଏବଂ ଏହି ଜଙ୍ଗଲ ମଧ୍ୟରେ ବିଭିନ୍ନ ଚୋରା ରାସ୍ତା ଦେଇ କଡ୍ଡା ପେଟ୍ରୋଲିଙ୍ଗ ସତ୍ତ୍ୱେ ନକଲି ମଦ ସହ, ଔଷଧ, ଚାଉଳ ଓ ଅନ୍ୟାନ୍ୟ ଜିନିଷ ମାନଙ୍କର ଅତି ଚତୁରତାର ସହ କଳା କାରବାର ଚାଲିଥାଏ।
