ଚତୁର୍ଥ ବୁଗବୁଗା କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ
ଅଦ୍ୟ ତା ୧୮-୧୦-୨୦୨୫ ରିଖ ଶନିବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗରିଆଟିକ୍ରା ଠାରେ ବୁଗବୁଗା କ୍ଲଷ୍ଟର ର ଚଳିତ ଶିକ୍ଷାବର୍ଷର ଚତୁର୍ଥ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ସି.ଆର୍.ସି.ସି. ନନ୍ଦିଘୋଷ ଭୁଏ ବୈଠକରେ ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ପାଠ ଯୋଜନା, ଶିକ୍ଷଣ ସୋପାନ ରେଜିଷ୍ଟର,ଶ୍ରେଣୀ ପରିଦର୍ଶନ, ବର୍ଣ୍ଣାଳୀ ଆଦି ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଏହି ବୈଠକରେ କ୍ଲଷ୍ଟର ଅଧୀନ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଶ୍ରେଣୀ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ପିରାମଲ୍ ଫାଉଣ୍ଡେସନ ର ପର୍ଯ୍ୟବେକ୍ଷିକା ଦୀପ୍ତିମୟୀ ସେଠ୍ ଯୋଗଦାନ କରି ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କର ,ସହକାରୀ ଶିକ୍ଷକ ତରଣିସେନ ପଧାନ , ଦିନେଶ କୁମାର ମହାକୁର, ପିଙ୍କି ପଧାନ ସହଯୋଗ କରିଥିଲେ ।
