ଗଜପତି:- ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ “ସାଇବର ଅପରାଧ ସଚେତନତା ଅଭିଯାନ” ଶୁଭାରମ୍ଭ ର ସିଧାପ୍ରସାରଣ ପ୍ରଦର୍ଶନ କାର୍ଯ୍ୟକ୍ରମ

ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ରାଜ ସିତାପୁର ନିକଟସ୍ଥ ଆଲ୍ଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ର ଅଡିଟରିଅମ ହଲ ଠାରେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସାଇବର ଅପରାଧ ସମ୍ପର୍କିତ ସଚେତନତା ଅଭିଯାନ” ଶୁଭାରମ୍ଭ ର ସିଧା ପ୍ରସାରଣ ପ୍ରଦର୍ଶନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀଙ୍କଏହି ସାଇବର ଅପରାଧ ସଚେତନତା ଅଭିଯାନ” ଶୁଭାରମ୍ଭ ର ସିଧାପ୍ରସାରାନ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଗଜପତି ଏସପି: ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଙ୍କ ସମେତ ଡିଏଫ୍ଓ ଶ୍ରୀ କେ: ନଗରାଜୁ, ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଉପ କୁଳପତି ଡ଼ଃ ସୁପ୍ରିୟା ପଟ୍ଟନାୟକ , ରେଜିଷ୍ଟ୍ରାର ପ୍ରଫେସର ଡ଼ଃ ଅନିତା ପାତ୍ର , ପ୍ରଶାସନ ମୁଖ୍ୟ ଡ଼ଃ ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ଅତିଥିଆନେ ମୁଖ୍ୟତଃ ସାଇବର ଅପରାଧ ମାନେ ଏ ସମ୍ପର୍କରେ ସଚେତନ ନ ଥିବା ଯୁବପିଢି ଏବଂ ବୟସ୍କ ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କୁ ସମ୍ପୂର୍ଣ ଭାବେ ଷ୍ଟଡି କରି ସାଇବର ଅପରାଧୀ ମାନେ କିଭଳି ଅତ୍ୟନ୍ତ ଚତୁରତାର ସହ ଠକି ନେଇଥାନ୍ତି , ଅନ୍ୟପକ୍ଷରେ ଆଜିକା ଯୁଗର ଟେକ୍ନୋଲୋଜି ଜ୍ଞାନରେ ସାଇବର ଅପରାଧୀ ମାନେ ବେଶ ଆଗରେ ଥିବା ବେଳେ ସେମାନେ ଯୁବପିଢି ଓ ବୟସ୍କ ବ୍ୟକ୍ତି ମାନଙ୍କୁ ମିଥ୍ୟା ପ୍ରଲୋଭିତରେ ପ୍ରୋତ୍ସାହିତ କରି ଏବଂ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ପ୍ରୋତ୍ସାହିତ କରିବା ସହ ସାଇବର ଅପରାଧୀ ମାନେ ସେମାନଙ୍କ ସାଇବର ଜାଲରେ ପକାଇ ଅପରାଧ ଘଟାଇବା ପାଇଁ ପଛାଇ ନ ଥାନ୍ତି। ।
ତେଣୁ କିଭଳି ଜନସାଧାରଣ ସେମାନଙ୍କ କଷ୍ଟ ଉପାର୍ଜିତ ଧନ ସଂପତ୍ତି ସୁରକ୍ଷିତ ରଖିବେ , ସାଇବର ଅପରାଧୀଙ୍କ ଜାଲରେ ନ ପଡ଼ି ଏ ଦିଗରେ ସତର୍କ ରହିବେ , ସେ ସବୁର ବିଭିନ୍ନ ଉପାୟ ବତାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରା ଯାଇଥିଲା ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ସଂକଳ୍ପ ତଥା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ଏବଂ ଏସଡିପିଓ: ଶ୍ରୀ ମାଧବାନନ୍ଦ ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ଥାନାର ଥାନାଧିକାରୀ , ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ଅଧିକାରୀ , ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।
——+————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————
