April 30, 2026

ଗୋଡଭଗା ସତୀଜୋର ନିକଟରେ ଗଳାକାଟି ଜଣେ ବ୍ୟକ୍ତିଙ୍କୁ ହତ୍ୟା

IMG-20251013-WA0062
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ ସତୀଜୋର ନିକଟ ୫୩ ନମ୍ବର ସମ୍ବଲପୁର – ବରଗଡ଼ ଜାତୀୟ ରାଜପଥ କଡ଼ରେ ଜୈନେକ ବ୍ୟକ୍ତିଙ୍କୁ ଗଲା କାଟି ହତ୍ୟା କରାଯାଇଥିବା ଚାଞ୍ଚଲ୍ୟକର ଖବର ରବିବାର ସକାଳୁ ସକାଳୁ ଆସିଛି |

ଅତାବିରା ଥାନା ଗୋଡଭଗା ସତୀଜୋର୍‌ ପାଖରେ ବ୍ୟକ୍ତିଙ୍କ ଗଲା କାଟି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଘଟଣା ସ୍ଥଲକୁ ଅତାବିରା ଥାନା ପୋଲିସ ଓ ଗୋଡଭଗା ଫାଣ୍ଠି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିଚୟ

ମିଳିଛି। ମୃତକ ହେଉଛନ୍ତି ବରଗଡ଼ ଜିଲା ବରାହଗୋଡା ଗ୍ରାମାଞ୍ଚଳ ଥାନା ବରାହଗୋଡା ଗୌରାଙ୍ଗ ଟିକ୍ରା ଗ୍ରାମର ୫୫ ବର୍ଷୀୟ ମହାଦେବ ସାହୁ । ସେ ଜଣେ ଟେଲର ମାଷ୍ଟର |ଅତାବିରା ଥାନା ସରଣ୍ଡା ଗ୍ରାମର ମହାଦେବଙ୍କ ଶାଳକ ପ୍ରମୋଦ ଗଡ଼ତିଆ ମୃତଦେହକୁ ଚିହ୍ନଟ କରିଥିଲେ। ପରେ ଏ ନେଇ ସେ ଅତାବିରା ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଅତାବିରା ଥାନା ପୋଲିସ ସହ ସମ୍ବଲପୁର ସାଇଣ୍ଟିଫିଟ ଟିମ ପହଞ୍ଚି ଘଟଣାର ଛାନଭିନ କରୁଛନ୍ତି।ବରଗଡରୁ ସୁରେନ୍ଦ୍ର କଠାରକଂ ରିପୋର୍ଟ