June 13, 2026

ଜିତେନ୍ଦ୍ର ଙ୍କୁ ଶୁଭେଛା ଜଣାଇଲେ ଗଞ୍ଜାମ ଜିଲ୍ଲାପାଳ 

IMG-20251011-WA0087
Share

 

 

ଛତ୍ରପୁର ତା ୧୧.୧୦.୨୫(ଅରୁଣ କୁମାର ପଣ୍ଡା)ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଫାସିଗୁଡ଼ା ଗ୍ରାମର ଚାଷୀ ସୁଦର୍ଶନ ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ପ୍ରଧାନ ଆଇଟିଆଇ ସିଆଇଟିଏସ୍ ପରୀକ୍ଷାରେ ସର୍ବଭାରତୀୟ ଟପର୍ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନରେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗ ଦେଇ ସୁଦର୍ଶନଙ୍କୁ ପୁରସ୍କୃତ କରିଛନ୍ତି। ଜିତେନ୍ଦ୍ର ହିଞ୍ଜିଳିକାଟୁସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରରୁ ପାସ୍ କରିବା ପରେ ଭୁବନେଶ୍ବରସ୍ଥିତ ଜାତୀୟ କୌଶଳ ବିକାଶ ତାଲିମ କେନ୍ଦ୍ରରେ ଇଲେକ୍ଟ୍ରିସିଆନ୍ ବିଭାଗରେ ଅଧ୍ୟୟନରତ ଅଛନ୍ତି । ସିଟିଆଇଏସ୍ ପକ୍ଷରୁ ଗତ ଅଗଷ୍ଟରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ଟ୍ରେଡ୍ ଟେଷ୍ଟ (ଏଆଇଟିଟି)ଇଞ୍ଜିନିୟରିଂ ଟ୍ରେଡ୍ ବର୍ଗ ପରୀକ୍ଷାରେ ପୂର୍ବଅଞ୍ଚଳ ଟପର୍ ହୋଇ ଜାତୀୟ ସ୍ତରରେ ଏହି ସଫଳତା ପାଇଛନ୍ତି। ତେଣୁ ପ୍ରଧାନ ମନ୍ତ୍ରୀ ଶୁଭେଛା ଜଣାଇଲା ପରେ ଶୁକ୍ରବାର ଗଂଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଜିତେନ୍ଦ୍ର ପ୍ରଧାନ ଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଥିଲେ ।

You may have missed