April 29, 2026

ବେଆଇନ୍ କ୍ରସର୍ ବ୍ଲାଷ୍ଟିକ ଙ୍କୁ ନେଇ ଝର ପୋଖରୀ ଗ୍ରାମବାସୀଙ୍କ ଆନ୍ଦୋଳନ 

IMG-20251011-WA0090
Share

 

ଛତ୍ରପୁର ତା ୧୧/୧୦/୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ତହସିଲ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତ ଝରପୋଖରୀ ନିକଟ ରେ ଥିବା ପଥର କୁଆଁରୀ ଗାଁ ନିକଟବର୍ତ୍ତୀ ପାହାଡ଼ରୁ ଲଗାତର ବିସ୍ଫୋରଣ କରି ପଥର ବେନିୟମ ଭାବେ ପରିବହନ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିସ୍ଫୋରଣ ବେଳେ ପଥର ଖଣ୍ଡ ପଡ଼ି ଗ୍ରାମବାସୀ ମାନେ ବାରମ୍ଭର ଅହତ ହେଉଛନ୍ତି।

ଏହା ପ୍ରତିବାଦରେ ଗ୍ରାମବାସୀ ଗ୍ରାମର ମୁଖ୍ୟ ରାସ୍ତା ତଥା ଓଁ ସାଇ କ୍ରସର ଫାଟକ ନିକଟରେ ପୂର୍ବାହ୍ଣ ୧୦ ଟାରୁ ଧାରଣା ଦେଇଛନ୍ତି। ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଧାରଣ ଜାରି ରହିଥିଲା। ଛତ୍ରପୁର ତହସିଲଦର ଦିବ୍ୟା ମହାନ୍ତି ଆନ୍ଦୋଳନ ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସୁଫଳ ମିଳିପାରିନଥିଲା । ସେଠାରେ ପହଞ୍ଚିଥିବା ଖଣି ବିଭାଗ ଅଧିକାରୀଙ୍କୁ ଗାଁ ଲୋକ ନିକଟବର୍ତ୍ତୀ ତିନିଟି ପାହାଡ଼ର ସ୍ଥିତି, ଭାଙ୍ଗି ଯାଇଥିବା ଘର, ଆହତ ଲୋକଙ୍କୁ ଦେଖାଇଥିଲେ। ଏହିପରି କି ପଥର ସହ ମୋରମ ମଧ୍ୟ ଚଲାଣ କରୁଥିବା ଅଭିଯୋଗ କରିଥିଲେ ।ପଥର ଖାଦାନ ଲିଜ ବାତିଲ ନହେଲେ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ଗାଁ ଲୋକ ନିଜ ଜିଦ‌ରେ ଅଟଳ ରହିବାରୁ ଖଣି ବିଭାଗ ଅଧିକାରୀ ଫେରିଯାଇଥିଲେ। ଖଣି ଅଧୁକାରୀ କେବଳ ନାଁକୁ ମାତ୍ର ତହସିଲଦାରଙ୍କ ସ‌ହ ଆଲୋଚନା କରି ଚାଲି ଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ।

ବହୁ ପୂର୍ବରୁ ବିସ୍ଫୋରଣ କାରଣରୁ ଗ୍ରାମବାସୀଙ୍କ ଘର ଭାଙ୍ଗିବା, ପଥର ପରିବହନ କରୁଥିବା ଗାଡ଼ି ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଖଣି ବିଭାଗ ଆକଳନ କରିଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ତହସିଲ ପ୍ରଶାସନ ମଧ୍ୟ ଚୁପ୍ ବସିଥିବା ଦର୍ଶାଇଛନ୍ତି ଗାଁ ଲୋକ।ବିପୁକିଙ୍ଗୀ ଆର୍‌ଆଇ ସର୍କଲ ଅନ୍ତର୍ଗତ ଝାରପୋଖରୀ ନିକଟରେ ରହିଛି ତିନିଟି ପାହାଡ଼। ସେଥିରୁ ଗୋଟିଏ ଲିଜ୍ ନିଆଯାଇଛି, ସେଥିରୁ ଆବଶ୍ୟକତା ଠାରୁ ଅଧୁକ ପଥର ଲିଜଧାରୀ ବିସ୍ଫୋରଣ କରି ନେଇଛନ୍ତି। ତାକୁ ଲାଗି ରହିଥିବା ଆଉ ଦୁଇଟି ପାହାଡ଼ ଲିଜ୍ ଦିଆଯାଇନଥି ଥିଲେ ମଧ୍ୟ ସେଥିରେ ବିସ୍ଫୋରଣ ପଥର ବେଆଇନ ଭାବେ ପରିବହନ କରାଯାଇଥିବା ଗାଁ ଲୋକ ଅଭିଯୋଗ ଆଣିଛନ୍ତି। ଲିଜଧାରୀ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ରାଜସ୍ୱ ଓ ଖଣି ବିଭାଗ ପଛଘୁଞ୍ଚା ଦେଇଥିବା ପ୍ରତିବାଦରେ ରାସ୍ତାରୋକ କରାଯାଇଥିବା ଆନ୍ଦୋଳନରତ ଗ୍ରାମବାସୀ ଦର୍ଶାଇଛନ୍ତି।

You may have missed