April 27, 2026

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଭୋଟ ଚୋରି ଜନସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା

IMG-20251011-WA0072
Share

 

ଗତକାଲି ଶୁକ୍ରବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଭୋଟ ଚୋରି ଜନସଚେତନତା ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରଥମେ ପିପିଲି ଏବଂ ସତ୍ୟବାଦୀ ରେ ଭୋଟ ଚୋରି ଜନସଚେତନତା କାର୍ଯ୍ୟକ୍ରମ ରେ ଯୋଗଦାନ କରି ପୁରୀ ବଡ଼ ଡ଼ାକ୍ତରଖାନା ଛକରେ ଉପସ୍ଥିତ ଶତାଧିକ କଂଗ୍ରେସ ନେତା ଏବଂ କର୍ମୀମାନଙ୍କ ଗହଣରେ ପହଞ୍ଚି ଏକ ପଦଯାତ୍ରାରେ ବଡ଼ ଡ଼ାକ୍ତରଖାନା ଛକ, ପୁରୀ ଠାରୁ ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ଆସିଥିଲେ ଏବଂ ରାସ୍ତା ର ଉଭୟ ପାଶ୍ୱର୍ରେ ମା ଲକ୍ଷ୍ମୀ ଙ୍କ ବିଭିନ୍ନ ପେଣ୍ଡାଲ ବୁଲି ମାଁ ଙ୍କ ଆଶିର୍ବାଦ କାମନା କରିଥିଲେ, ଏବଂ ରାସ୍ତା ର ଉଭୟ ପାର୍ଶ୍ବରେ ଶତାଧିକ ମହିଳା ଏବଂ ଦଳୀୟ କର୍ମୀ ଏବଂ ଜିଲ୍ଲା ର ବରିଷ୍ଠ ନେତା ମାନଙ୍କୁ ସାକ୍ଷାତ କରିଥିଲେ। ତତ୍ ସହିତ ଭାରତୀୟ ନିର୍ବାଚନ କମିଶନଙ୍କ ଭୋଟ ଚୋରି ସମ୍ବନ୍ଧୀୟ ହସ୍ତାକ୍ଷର ସମୂହ, ପୁରୀ ଜିଲ୍ଲା ର ବିଭିନ୍ନ ବ୍ଲକ୍ କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ଙ୍କ ଠାରୁ ଗ୍ରହଣ କରିଥିଲେ । ଆଜିର କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ବରେ, ରାଜ୍ୟ ସେବାଦଳ କଂଗ୍ରେସ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପୁରୀ ଜିଲ୍ଲା କଂଗ୍ରେସ ପ୍ରଭାରୀ ମନୋରଞ୍ଜନ ପଟ୍ଟନାୟକ, ଏବଂ ଜିଲ୍ଲା ର ବରିଷ୍ଠ କଂଗ୍ରେସ ଉତ୍ତମ ଆଚାର୍ଯ୍ୟ, ପିସିସି ପୂର୍ବତନ ଉପସଭାପତି ବିଶ୍ବଭୂଷଣ ଦାସ, ସେବା ଦଳ ମୁଖ୍ୟ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ମନୋଜ କୁମାର ରଥ, ଉମାକାନ୍ତ ବରାଳ, ସରସ୍ବତୀ ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ,‌ ଅମରେନ୍ଦ୍ର ପାଇକରାୟ, ସୁଜିତ ମହାପାତ୍ର, ବିଶ୍ଵନାଥ ଦାଶ, ଭାସ୍କର ସେଠ, ଅବଧୂତ ସ୍ବାଇଁ, ସୌମ୍ୟକାନ୍ତ ଖୁଣ୍ଟିଆ, ସୁଧାକର ଦଳେଇ, ନିର୍ମଳ ପରିଡ଼ା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ