June 28, 2026

ପୁରୀ ଜିଲ୍ଲା କଂଗ୍ରେସ କମିଟି ଦ୍ବାରା ଗୋପବନ୍ଧୁ ଜୟନ୍ତୀ ପାଳନ 

IMG-20251009-WA0073
Share

 

ପୁରୀ, ଆଜି ତା୦୯/୧୦/୨୦୨୫ରିଖ ଗୁରୁବାର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜନ୍ମ ତିଥି ଉପଲକ୍ଷେ ପୁରୀ ଜିଲ୍ଲା କଂଗ୍ରେସ, କମିଟି ପକ୍ଷରୁ ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ପୌରହିତ୍ୟ ରେ ବରିଷ୍ଠ କଂଗ୍ରେସ ନେତା ଉତ୍ତମ ଆଚାର୍ଯ୍ୟ ପୁରୀ ଜିଲ୍ଲା କଂଗ୍ରେସ ସେବା ଦଳ ମୁଖ୍ୟ ସଙ୍ଗଠକ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ବତୀ ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, ଆଇନଜୀବୀ ବୈଦ୍ୟନାଥ ପାଣି, କାଳୀ ପ୍ରସାଦ ନାୟକ, ସୁକାନ୍ତ କୁମାର ପ୍ରଧାନ, ଏବଂ ନଗର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ, ଦୁର୍ଗାପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା, ସୌମ୍ୟକାନ୍ତ ପ୍ରଧାନ, ମନୋଜ ମହାପାତ୍ର ଙ୍କ ସମେତ ଅନେକ କର୍ମୀ ଓ ସାଧାରଣ ସମବେତ ଜନତା ଶ୍ରୀମନ୍ଦିର ସମ୍ମୁଖସ୍ଥ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ପୁରୀ ବାର ଆସୋସିଏସନ ସମ୍ମୁଖସ୍ଥ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ