April 28, 2026

ଅଲଟ୍ରା ସାଗରଗୁଆଁ ଓ ହାଟବସ୍ତ ଜରାଶ୍ରମରେ ବିଜୟା ଦଶମୀ ପାଳନ

IMG-20251003-WA0026
Share

 

ବୋଲଗଡ଼,୦୩/୧୦(ଉପାନ୍ତ ଖବର):ସହିଦ କାଳିଆ ଭୁଇଁ ମୁଳ ଏବଂ ସହିଦ ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ସ୍ମୃତି ପରିଷଦ ବାଙ୍କୋଇ ଗଡ଼ ଏବଂ ପି .ଏସ .ଏସ ସାଗରଗୁଆଁର ମିଳିତ ଆନୁକୂଲ୍ୟରେ ପରିଷଦର ସଭାପତି ତଥା ପି. ଏସ. ଏସର ନିର୍ଦ୍ଦେଶକ ଡଃ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ହୋଇ ବ୍ରହ୍ମଚାରୀ ରାୟଙ୍କ ଦ୍ବାରା ପରିଚାଳିତ ଅଲଟ୍ରା ସାଗରଗୁଆଁର ଜରାଶ୍ରମ ଏବଂ ହାଟବସ୍ତ ରେ ଥିବା ଜରାଶ୍ରମ ଅନ୍ତେବାସୀ ମାନକୁ ପବିତ୍ର ଶୁଭ ବିଜୟାଦଶମୀ ପାଳନ ଅବସରରେ ବିସ୍କୁଟ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ହାଟବସ୍ତ ଜରାଶ୍ରମର ବରିଷ୍ଠ ମାତା କମଳା ବାରିକଙ୍କୁ ଦୁର୍ଗା ମାତା ଭାବରେ ପୂଜନ କରିବା ସହିତ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସେହିପରି ସାଗରଗୁଆଁ ଜରାଶ୍ରମରେ ବରିଷ୍ଠ ମାତାଙ୍କୁ ପୂଜନ କରାଯାଇ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମ ରେ ପରିଷଦର ସଭାପତି ଡଃ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ସୁଲଳିତ କଣ୍ଠରେ ମା’ଉମେ ଦୁର୍ଗେ ଦୁର୍ଗତୀ ନାସିନୀ ଭଜନ ଗାନ କରାଯାଇ ମା’ଙ୍କ ଶ୍ରୀ ପଦାରବିନ୍ଦରେ ସଭକ୍ତିପୂତ ବିନିମୟ ପ୍ରଣତି ନିବେଦନ ପୂର୍ବକ ଏକ ଆଧ୍ୟାତ୍ମିକ ଭାବପୂର୍ଣ୍ଣ ପରିବେଶରେ ଅନ୍ତେବାସୀଙ୍କ ଦ୍ୱାରା ହରିବୋଲ, ହୁଳହୁଳି ତଥା ଦୁର୍ଗା ମାତାଙ୍କ ଜୟଧ୍ୱନୀରେ ଜରାଶ୍ରମଦ୍ୱୟ ଆନନ୍ଦ ମୁଖରିତ ହୋଇଉଠିଥିଲା।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।