April 27, 2026

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ପ୍ରଥମ ବାର୍ଷିକ ଉତ୍ସବ ନିମନ୍ତେ ଶ୍ରୀକ୍ଷେତ୍ର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20251003-WA0026
Share

 

ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ ପୁରୀ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଅବସରରେ ଚଳିତ ମାସ ୩ଏବଂ ୪ତାରିଖ ଦୁଇଦିନ ଧରି ଭୋଳନାଥ ବିଦ୍ୟାପୀଠ ପରିସରରେ ପୁରୀ ସହରର ଶତାଧିକ ଛାତ୍ରଛାତ୍ରୀ ଏବଂ ମହିଳା ମାନଙ୍କୁ ନେଇ ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ ଅନୁଷ୍ଠିତ ହେବାକୁ ଯାଉଛି ।ଯେଉଁଥିରେ ବିଭିନ୍ନ ପ୍ରତିଯୋଗୀତା ଯଥା ଚିତ୍ରାଙ୍କନ, କୌତୁକ ପୋଷାକ ,ଓଡିଶୀ,ସମ୍ବଲପୁରୀ,ଭଜନ ଏବଂ ମର୍ଡନ ଡ୍ୟାନ୍ସ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ବିଶ୍ଵନାଥ ଦାଶ,ସଞ୍ଜୀବ ମହାନ୍ତି,ସଭାପତି ପ୍ରସନ୍ନ କୁମାର ଲେଙ୍କା,କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ଜେନା,ସମ୍ପାଦିକା ସସ୍ମିତା ଶତପଥୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନ ନୁହେଁ ଏହା ଏକ ପରିବାର,ଛାତ୍ର ଛାତ୍ରୀ ତଥା ମହିଳା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଏହା ଏକ ମାଧ୍ୟମ ବୋଲି ଅତିଥି ମାନେ ମତ ଦେଇଥିଲେ ।ଏହାପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ଯେଉଁମାନେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ବାର୍ଷିକ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ପ୍ରସନ୍ନ କୁମାର ଲେଙ୍କା ସୂଚନା ପ୍ରଦାନ କରିଛନ୍ତି।ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଂଯୋଜକ ଗାୟତ୍ରୀ ଜେନା,ଲକ୍ଷ୍ମୀପ୍ରିୟା ଦେ,ସମୀନା ସ୍ବାଇଁ, ନମିତା ମଞ୍ଜରୀ ଶତପଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ