ଆଜିର ଖବର..
୧-କଟକରେ ଆଜିଠାରୁ ଭସାଣୀ, ୬୦ ଡେଶିବଲ୍ ରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୋଧରେ ହେବ କଡା କାର୍ଯ୍ୟନୁଷ୍ଠାନ।
୨-ରାଜଧାନୀରେ ୪ଟି ସ୍ଥାନରେ ମା’ଙ୍କ ଭସାଣୀ, ଆଜି ଦିନ ୨ଟାରୁ ରାତି ୧୨ଟା ପର୍ଯ୍ଯନ୍ତ ଯାନାବାହାନ ଚଳାଚଳ ଉପରେ ରହିଛି କଟକଣା।
୩-ମିଳିତ ଟାଇଫୁନ ସତର୍କତା କେନ୍ଦ୍ର (JWTC) ପୂର୍ବାନୁମାନ କରିଛି ଯେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ଅଛି।ଓଡିଶାରେ ଘୂର୍ଣ୍ଣିବାତ୍ୟାର କୌଣସି ଆଶଙ୍କା ନାହିଁ:IMD DG
୪-ଓଡ଼ିଶା ମୁହାଁ ଗଭୀର ଅବପାତ: ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଗୋପାଳପୁର ଓ ପାରଦ୍ୱୀପକୁ ୩ ନମ୍ବର ବିପଦ ସଂକେତ ଜାରି।
୫-ଭଞ୍ଜନଗର:ଗୁହାଳରୁ ଛେଳି ଚୋରିକରି କଂସେଇକୁ ବିକି ଦେଲେ, ୩ ଜଣଙ୍କୁ ଗିରଫ କରିଛି ପୋଲିସ।
୬-ଜଗତସିଂପୁର:ଲଘୁଚାପ ବର୍ଷାରେ ବାଲିକୁଦା ବସଷ୍ଟାଣ୍ଡ ଦୁର୍ଗା ପୂଜା କମିଟିର ଭାଙ୍ଗିଲା ତୋରଣ, ୫ ଆହତ।
୭-ବଲାଙ୍ଗିରୀ:ପାଟଣେଶ୍ୱରୀଙ୍କଠାରୁ ଆସିଲା ପାଟ ସିନ୍ଦୂର ; ୫ ଦିନ ଧରି ଚାଲିବ ପାଟ ଖଣ୍ତା ଯାତ୍ରା।
୮-ମୋହନା:ଲଗାଣ ବର୍ଷା ଯୋଗୁ ଦୁର୍ଗମା ପାହାଡ଼ରେ ଭୁସ୍ଖଳନ, ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ।
୯-ଗାନ୍ଧୀଜୟନ୍ତୀରୁ କଂଗ୍ରେସର ପଦଯାତ୍ରା ଆରମ୍ଭ: ମାଲକାନଗିରିରୁ ଆରମ୍ଭ, ମୟୂରଭଞ୍ଜ ଯାଏଁ ଚାଲିବ।
୧୦-ସୋର,ଶେରଗଡ ଟୋଲ ଗେଟ୍:ପୂଜା ଦେଖିବାକୁ ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ବଡ଼ ବାପା ଓ ଝିଅରୀର ଜୀବନ।
୧୧-ପୁଲିସ୍ ଏସଆଇ ପରୀକ୍ଷା ଜାଲିଆତି ମାମଲା : କୋର୍ଟଚାଲାଣ ହେଲେ ୧୧୭ ଜଣ।
୧୨-ଦୀପାବଳି ପୂର୍ବରୁ ସୋରରେ ପୋଲିସର ଅପରେସନ ଅଗ୍ନି, ଜବତ ହେଲା ୧୫ ଲକ୍ଷ ଟାଙ୍କର ବାଣ ।
୧୩-ଆନନ୍ଦପୁର: ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହାଣି ହତ୍ୟା କଲେ ଅତିରିକ୍ତ ବିଡ଼ିଓ।ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ କାର୍ଯ୍ୟାଳୟରେ ଅତିରିକ୍ତ ବିଡ଼ିଓ ଭାବେ କାର୍ଯ୍ୟରତ ଅଛନ୍ତି ସେ।
୧୪-ଅନୁଗୁଳ:ବାଘର ପାଦ ଚିହ୍ନ ଦେଖି ସ୍ଥାନୀୟ ଲୋକେ ଭୟଭୀତ; ବନ ବିଭାଗ ପକ୍ଷରୁ କରାଗଲା ସଚେତନ।
୧୫-ନିଳଗିରି:ଲଗାଣ ବର୍ଷାରେ ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ, ସୁରକ୍ଷା ଦୃଷ୍ଟିରୁ ବନ୍ଦ ହେଲା ଦର୍ଶନ।
୧୬-ଓଡିଶାକୁ ମିଳିଲା ଟିକସ ହସ୍ତାନ୍ତରର ଅଗ୍ରୀମ କିସ୍ତି ୪୬୦୧ କୋଟି, ସବୁ ରାଜ୍ୟ ସରକାରମାନଙ୍କୁ ୧,୦୧,୬୦୩ କୋଟି ଟଙ୍କା।
୧୭-କୋରାପୁଟରେ ଲଗାଣ ବର୍ଷାରେ ଧୋଇଗଲା ପୋଲ; ଦୁଇ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ, ରେଳ ଚଳାଚଳ ମଧ୍ୟ ପ୍ରଭାବିତ।
୧୮-ଅହମଦାବାଦ ଟେଷ୍ଟ ସିରିଜ୍: ଭାରତର ଘାତକ ବୋଲିଂ, ୧୬୨ ରନରେ ଅଟକିଲା ୱେଷ୍ଟଇଣ୍ଡିଜ୍।
୧୯-NIELIT ଡିଜିଟାଲ୍ ବିଶ୍ୱବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
୨୦-ସମସ୍ତ ରେକର୍ଡ ଭାଙ୍ଗିଲେ ଏଲନ ମସ୍କ, ୫୦୦ ବିଲିୟନ ଡଲାର ସମ୍ପତ୍ତି ଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ହେଲେ।
🙏 *ସୁପ୍ରଭାତ* 🙏
