୨୧ ବର୍ଷ ଧରି ବଡିଯୋନପକ୍ଷରୁ ରାବଣପୋଡି ଉତ୍ସବ ପାଳିତ

ଖୋର୍ଦ୍ଧା-ଅସତ୍ୟ ଉପରେ ହୋଇଛି ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ବିଜୟା ଦଶମୀରେ ରାବଣ ପୋଡି ପାଇଁ ଚଳଚଞ୍ଚଳ ହୋଇପଡିଛି ଖୋର୍ଦ୍ଧା ସହର । ଖୋର୍ଦ୍ଧା ହାବେଳି ପଡିଆରେ ରାବଣ ପୁତ୍ତଳିକା ଦହନ କରାଯାଇଛି। ଆତସବାଜି ସହ କମ୍ପିଥିଲା ସାରା ଖୋର୍ଦ୍ଧା ଅଞ୍ଚଳ । ଦୁର୍ଗା ପୂଜାର ଶେଷ ଦିନ ବିଜୟା ଦଶମୀରେ ମହାଆଡ଼ମ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଥିଲା ଦେବୀ ମା’ଙ୍କ ପୂଜା। ଏହି ଅବସରରେ ଖୋର୍ଦ୍ଧା ହାବେଳି ପଡ଼ିଆରେ ବଡି ଜୋନ୍ ଅନୁଷ୍ଠାନ ପକ୍ଷରୁ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରାୟ ୫୦ ଫୁଟର ରାବଣ ପୁତ୍ତଳିକା ତିଆରି କରାଯାଇଥିଲା । ହାବେଳି ପଡ଼ିଆ ଠାରେ ରାବଣ ପୋଡି ଉତ୍ସବ ଦେଖିବା ପାଇଁ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଜନ ସମାଗମ ହୋଇ ଥିଲା। ଦୀର୍ଘ ୨୧ ବର୍ଷ ଧରି ଖୋର୍ଦ୍ଧା ଠାରେ ବଡି ଜୋନ୍ ପକ୍ଷରୁ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତବର୍ଷ ରାବଣ ଦେହରେ ଖଞ୍ଜା ଯାଇଥିବା ରଙ୍ଗୀନ ଆତସବାଜି ମୁଖ୍ୟ ଆକର୍ଷଣ ସାଜିଥିଲା। ଚଳିତ ବର୍ଷ ଖୋର୍ଦ୍ଧା ଏସ ପି ବିବେକାନନ୍ଦ ଶର୍ମା,ଅଗ୍ନି ସଂଯୋଗ କରିଥିଲେ ଖୋର୍ଦ୍ଧା ପୌରଧକ୍ଷ୍ୟା ଶ୍ରୀମତୀ କନକଲଷ୍ମୀ ମହାନ୍ତି ଓ ବଡ଼ି ଜୋନ ର ପ୍ରତିଷ୍ଠାତା ଯୁବ ନେତା ଜିତେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ସୌମେନ୍ଦ୍ର ପ୍ରଧାନ( ସିତୁ) କୁନାଲ ବାରିକ ମନୋଜ ବାରିକ, ଚନ୍ଦନ ଛୋଟ ରାୟ, ପ୍ରମୁଖ ପରିଚାଳନା କରିଥିଲେଏହି ରାବଣ ପୋଡି ଉତ୍ସବକୁ ଖୋର୍ଦ୍ଧାର ଗଣ ମାଧ୍ୟମର ପ୍ରତିନିଧି ଲଳିତ ମୋହନ ମହାପାତ୍ର ପରିଚାଳନା କରିଥିଲେ। ଏହି ରାବଣ ପୋଡି ଓ ଜନ ସମାଗମକୁ ନିୟନ୍ତ୍ରଣ କରିବା ପାଇଁ ଖୋର୍ଦ୍ଧା ଆଦର୍ଶ ଥାନାର ଆଇ ଆଇ ସି ସଞ୍ଜୟ ନାୟକଙ୍କ ସହିତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।
ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ଉପାନ୍ତ ଖବର
