ଆଜିର ଖବର…
୧-ଭୁବନେଶ୍ବର:ଅକ୍ଟୋବର ୫ ଓ ୬ରେ ଓଡ଼ିଶାରେ ହେବାକୁ ଥିବା ପୋଲିସ SI ପରୀକ୍ଷା ସ୍ଥଗିତ।ତେବେ ସାନି ପରୀକ୍ଷା ତାରିଖ ପରବର୍ତ୍ତୀ ସମୟରେ ଘୋଷଣା ହେବ।
୨-ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ମହାଷ୍ଟମୀରେ ମା’ଙ୍କ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ।
୩-ବର୍ଷାରେ ଫିକା ପଡ଼ିବ ଦଶହରା; ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆସନ୍ତା ୪ ଦିନ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗର ଚେତାବନୀ।
୪-ଭୁବନେଶ୍ବରର ୭ଟି ସ୍ଥାନରେ ହେବ ରାବଣ ପୋଡ଼ି, ଲଘୁଚାପକୁ ନେଇ ଚିନ୍ତାରେ ପଡ଼ିଲେଣି ପୂଜା ଆୟୋଜକ।
୫-ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା; କହିଲେ ବଡ଼ଦାଣ୍ଡରେ ରହିବନି ମଦ ଦୋକାନ।
୬-କେ. ନୂଆଗାଁ:ବାହୁଦା ନଦୀରେବୁଡ଼ି ପରିବାରର ୩ ମୃତ, ଜଣେ ଗୁରୁତର।
୭-ପୁରୀ:ହବିଷିଆଳିଙ୍କ ପାଇଁ ହେବ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା; ରହଣି କେନ୍ଦ୍ରରେ ମୁତୟନ ହେବେ ପୋଲିସ।
୮-ପଟ୍ଟାମୁଣ୍ଡାଇ ରାସ୍ତାରେ ୧୨ ଫୁଟର ଲମ୍ବା କୁମ୍ଭୀର, ସ୍ଥାନୀୟ ଲୋକେ ଦେଖି ଭୟଭୀତ।
୯-ଆଜିଠୁ ବଢିବ ସ୍ପିଡ୍ ପୋଷ୍ଟର ମୂଲ୍ୟ, ଭାରତୀୟ ଡାକ ବିଭାଗ ପକ୍ଷରୁ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ।
୧୦-ସୁନ୍ଦରଗଡ଼ରେ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ବାଣ ଜବତ, ୨ ଜଣ ଅଟକ।
୧୧-ଭବାନୀପାଟଣା:ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଜେନାଖାଲରୁ ଗୁପ୍ତ ପୂଜା ପରେ ବାହାରିଲା ମା’ଙ୍କ ଛତର।
୧୨-ନୟାଗଡ:ଓଡଗାଁ ଥାନା ଗୋଡିପଲ୍ଲୀ ନିକଟରେ ବୁଲେଟ୍ -ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ।
୧୩-ନାଲ୍କୋରେ ପଶିଲା ସିବିଆଇ ; ବଡ଼ବାବୁଙ୍କ ଛାତି ଧଡ଼ଧଡ଼,ବିନା ବିଜ୍ଞପ୍ତିରେ ୨୦ଜଣଙ୍କୁ ଚାକିରି ଦିଆଯିବା ଘଟଣାରେ ତନାଘନା ଆରମ୍ଭ ।
୧୪-ସୁନ୍ଦରଗଡ଼ରେ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ବାଣ ଜବତ, ୨ ଜଣ ଅଟକ।
୧୫-ସିମିଳିଆ:ପାଚେରି ଡେଇଁ ପ୍ରେମିକାକୁ ଦେଖା କରିବାକୁ ଗଲାବେଳେ ଲାଗିଗଲା କରେଣ୍ଟ ଚାଲିଗଲା ପ୍ରେମିକଙ୍କ ଜୀବନ।
୧୬-ବାଙ୍କୀ:ବଣ ବୁଦା ଭିତରେ ଚାଲିଥିଲା ଦେଶୀ ମଦ ରନ୍ଧା, ଚଢ଼ାଉ କରି ୭୦୦ ଲିଟର ଦେଶୀ ମଦ ଜବତ କଲା ଅବକାରୀ ବିଭାଗ।
୧୭-ରାଉରକେଲା, ଶକ୍ତିନଗର:ଦୂର୍ଗା ପୂଜା ପେଣ୍ଡାଲରେ ନିଆଁ ଲାଗି ମହିଳା ଗୁରୁତର, ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି ହେଲେ।
୧୮-ଚେନ୍ନାଇ:ତାପଜ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା, ଏକ ଆର୍ଚ ଭୁଶୁଡ଼ିପଡ଼ିବାରୁ ୯ ଶ୍ରମିକଙ୍କ ମୃତ୍ଯୁ।
୧୯-ବିଦା ହେଲେ ଆଇଟି କର୍ମଚାରୀ । ଚିନ୍ତାରେ ଲକ୍ଷ ଲକ୍ଷ ଆଇଟି Employee । ଦେଶର ପ୍ରମୁଖ ଆଇଟି କମ୍ପାନି ‘ଆକ୍ସେଞ୍ଚର’ କରିଛି ବଡ ଛଟେଇ । ୧୧ ହଜାର କର୍ମଚାରୀଙ୍କୁ ବିଦା କରିଛି କମ୍ପାନୀ
୨୦-ଭୀଷଣ ଯୁଦ୍ଧ, ଅନ୍ଧାର ହୋଇଗଲା କିଭ୍ ,ମିସାଇଲ ମାଡରେ ଛାର୍ଖାର୍ ୟୁକ୍ରେନ ରାଜଧାନୀ।୫୦୦ରୁ ଅଧିକ ଡ୍ରୋନ୍, ୪୦ ମିସାଇଲ୍ ମାଡ କରିଛି ଋଷ୍।
🙏 *ସୁପ୍ରଭାତ,ଗୁଡମର୍ଣ୍ଣିଂ* 🙏
