April 29, 2026
ajiro khabar
Share

 

୧-ନୂଆଦିଲ୍ଲୀ: ବୃଦ୍ଧ ବାପା-ମାଙ୍କ ଦାୟିତ୍ବ ନ ନେଲେ ମିଳିବ ନାହିଁ ଧନ ସମ୍ପତ୍ତି:ସୁପ୍ରିମକୋର୍ଟ।

 

୨-ଦୁବାଇ: ଏସିଆ କପ୍ ରେ ବାଂଲାଦେଶ ପରାସ୍ତ;ଭାରତ-ପାକିସ୍ତାନ ଫାଇନାଲ ଆସନ୍ତା ରବିବାର।

 

୩-ବାଲିଯାତ୍ରା ୨୦୨୫ ପାଇଁ ଆଜି ଠାରୁ ଷ୍ଟଲ ବୁକିଂ, ଜଣେ ସର୍ବାଧିକ ୩ ଟି ପ୍ଲଟ ପାଇଁ ଆବେଦନ କରି ପାରିବେ।

 

୪-ଭୁବନେଶ୍ୱର:ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ, କମିଶନରେଟ ପୋଲିସ ଲଞ୍ଚ କରିବ ମୋବାଇଲ ଆପ୍ଲିକେସନ।

 

୫-୧୪ କୋଟିରେ ୭୫ ବରପୁତ୍ରଙ୍କ ପ୍ରତିମୂର୍ତି ସ୍ଥାପନ,ଆସନ୍ତା ବର୍ଷ ଶେଷ ସୁଦ୍ଧା ସରିବ କାର୍ଯ୍ଯ।

 

୬-ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ଭୁବନେଶ୍ୱର, ତାରିଣୀ ବସ୍ତିରେ ନିଶା ପାଇଁ ଟଙ୍କା ନ ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ।

 

୭-ପ୍ରବଳ ବର୍ଷା ନେଇ ଏସଆରସିଙ୍କ ସମୀକ୍ଷା; ୧୮ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ।ହୀରାକୁଦ ୨୦ ଫାଟକ ଦେଇ ୩.୬୧ ଲକ୍ଷ କ୍ଯୁସେକ୍ ଜଳ ନିଷ୍କାସିତ।

 

୮-କାକଟପୁର ମଙ୍ଗଳାଙ୍କ ପୀଠରେ ଚାଲିଛି ଷୋଡଶ ପୂଜା, ଦିନରେ କଳା କଲି ଓ ରାତିରେ ନାଲି କଲି ବେଶରେ ଦର୍ଶନ ଦେବେ ମା।

 

୯-ଭିଜିଲାନ୍ସ ଜାଲରେ TPCODL ଯନ୍ତ୍ରୀ, ତୁଷାର କାନ୍ତ ରାୟ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ।

 

୧୦-ଆଜିଠାରୁ କିଟ୍‍ ବିଶ୍ୱବିଦ୍ୟାଳୟର ୨୧ ତମ ସମାବର୍ତ୍ତନ ଉତ୍ସବ, ୩ ଦିନ ଚାଲିବ।ଚଳିତବର୍ଷ ୭୨୩୫ ସ୍ନାତକ ଛାତ୍ରଛାତ୍ରୀ, ୨୦୩୪ ସ୍ନାତକୋତ୍ତର ଏବଂ ୧୯୫ ପିଏଚଡି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ।

 

୧୧-ଛାତ୍ର ସଂସଦ ନିର୍ବାଚନରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ ? ଦିନକ ପରେ ଦଶହରା ଛୁଟି , ଆଶାୟୀଙ୍କ ଆଶା ମଉଳିଲା।

 

୧୨-ସୁଧୁରୁଛି ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା : ଆଇସିୟୁର ସାଧାରଣ ୱାର୍ଡକୁ ହେଲେ ସ୍ଥାନାନ୍ତର।

 

୧୩-ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ,ମୁଖ୍ଯମନ୍ତ୍ରୀଙ୍କ କ୍ଷେତ୍ର ପ୍ରସ୍ତୁତି ଯାଞ୍ଚ ଓ ସମୀକ୍ଷା।

 

୧୪-ସୋନପୁର:ଆର୍ଥିକ ଅନିୟମିତତା ଅଭିଯୋଗରେ ଏଆରସିଏସ୍ ନିଲମ୍ବିତ।

 

୧୫-ବାୟୁସେନାକୁ ମିଳିବ ୯୭ ଯୁଦ୍ଧ ବିମାନ, ହାଲ ସହ ୬୨ ହଜାର କୋଟିର ଚୁକ୍ତି କଲା ପ୍ରତିରକ୍ଷା ମନ୍ତ୍ରଣାଳୟ।

 

୧୬-ଆସିଗଲା ତାରିଖ, ସେପ୍ଟେମ୍ବର ୨୭ରେ ଲଞ୍ଚ ହେବ BSNL ୪ଜି।ଯାହାର ଫାଇଦା ପ୍ରାୟ ୯ କୋଟିରୁ ଅଧିକ ୟୁଜର୍ସଙ୍କୁ ମିଳିବ।

 

୧୭-ନୁଆଦିଲ୍ଲୀ:ପରମାଣୁ ଶକ୍ତି ସମ୍ପନ୍ନ ‘ଅଗ୍ନି- ପ୍ରାଇମ୍’ ର ସଫଳ ଉତ୍ କ୍ଷେପଣ ହେଲା ଟ୍ରେନ୍ ରୁ।

 

୧୮-ବିହାର ପାଇଁ ଧର୍ମେନ୍ଦ୍ର, ବେଙ୍ଗଲ ଲାଗି ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ବିଜେପି।

 

୧୯-ଔଦ୍ଧତ୍ୟ ଆଚରଣ ମହଙ୍ଗା ପଡିବ: ହାରିସ୍‍ ରୌଫ୍‍ ଓ ସାହିବଜାଦା ଫରହାନଙ୍କ ନାଁରେ ଆଇସିସିରେ ଅଭିଯୋଗ କଲା ବିସିସିଆଇ।

 

୨୦-ଲଦାଖ ହିଂସା ଘଟଣାରେ ୫୦ ଗିରଫ, ଉପରାଜ୍ୟପାଳ କହିଲେ ଦୋଷୀଙ୍କୁ ଖୋଜି ଖୋଜି ବାହାର କର।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏