ଉମରକୋଟ ଠାରେ ପଣ୍ଡିତ ନିନଦୟାଲ ଉପାଧ୍ୟାୟ ଜନ୍ମ ଜୟନ୍ତୀ ପାଳନ……

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା କାର୍ଯ୍ୟାଳୟ ଠାରେ ସେବା ପକ୍ଷ ତରଫରୁ ଭାଜପା ର ପୂର୍ବନାମ ଜନସଂଘର ସହ ପ୍ରତିଷ୍ଠାତା ତଥା ପ୍ରଖର ରାଷ୍ଟ୍ରବାଦ, ସଂଗଠନ କର୍ତ୍ତା ଏକାତ୍ମ ମାନବ ଦର୍ଶନର ମାର୍ଗ ଦର୍ଶକ ଅନ୍ତ୍ୟଦୟ ବିକାଶର ପ୍ରଣେତା ଭାରତ ମାତାର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଦିନଦୟାଲ ଉପଧ୍ୟାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।
ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଣେ ଏକଧାରରେ ଅର୍ଥ ଶାସ୍ତ୍ର, ସମାଜ ଶାସ୍ତ୍ର, ଇତିହାସକାର,ପତ୍ରକାର ଏଭଳି ବହୁ ଆୟାମି ପ୍ରତିଭାର ଧନୀ ଥିଲେ, ତାଙ୍କ ଲେଖା ମଧ୍ୟରେ ରାଷ୍ଟ୍ର ଧର୍ମ, ପଞ୍ଚଜନ୍ୟ,ଏକାତ୍ମ ମାନବ ଦର୍ଶନ ପ୍ରଚଳିତ ସେ ଭାରତର ଶାସନ ବ୍ୟବସ୍ଥା ପ୍ରତି ପାଶ୍ଚାତ୍ୟ ଜୀବନୀ ଶୈଳୀ ର ବିରୋଧୀ
ଥିଲେ । ଭାରତର ବିକାଶ ଭାରତୀୟ ସଂସ୍କୃତି ଆଧାରରେ ଲୋକତନ୍ତ୍ରକୁ ଶକ୍ତିଶାଳି କରିବା ତାଙ୍କ ଲେଖନିରେ ଦେଶକୁ ବାର୍ତ୍ତା ଦେଇଥିଲେ ଏକ ଶକ୍ତିଶାଳି ସନ୍ତୁଳିତ ବିକଶିତ ରାଷ୍ଟ୍ର ର ପରିକଳ୍ପନା କରିଥିଲେ। ଭାରତୀୟ ରାଜନୀତି ଆର୍ଥିକ ଚିନ୍ତନର ଏକ ବୈଚାରିକ ମାର୍ଗ ଦର୍ଶାଇବା ତାଙ୍କରି ବିଚାର ।ଏକାତ୍ମ ମାନବ ଦର୍ଶନ ଶର୍ବ ପ୍ରଥମ ବ୍ୟକ୍ତି ପରେ ପରିବାର, ସମାଜ ଓ ରାଷ୍ଟ୍ର ଏମସ୍ତ କୁ ନେଇ ମାନବତା ସର୍ବୋପରି କହିଥିଲେ ।ଅନ୍ତ୍ୟଦୟ ବିକାଶ ସମାଜରେ ଅନ୍ତିମ ଶ୍ରେଣୀର ବ୍ୟକ୍ତିର ବିକାଶ ହେଲେ ରାଷ୍ଟ୍ରର ବିକାଶ ହୋଇ ପାରିବ ଏଭଳି ଦୂର ଦୃଷ୍ଟି ବାର୍ତ୍ତା ଦେଇଥିଲେ ଯାହା ଆଜି ଭାଜପା ସରକାରରେ ଦେଖିବାକୁ ମିଳୁଛି ଆଜି ଭାଜପା ସରକାର ରେ ଜସସ୍ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ଵାଧିନରେ ଗରିବ କଲ୍ୟାଣ ଯୋଜନା ଖାଦ୍ୟ ଯୋଗାଣ, ସୌଚାଳୟ, ଗରିବ ଙ୍କ ପାଇଁ ପି ଏମ୍ ଆବାସ, ସୁରକ୍ଷା ବିମା, ଜୀବନଜ୍ୟତି ବୀମା ଏଭଳି ବହୁ ଗରିବ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଅନ୍ତ୍ୟଦୟ ବିକାଶର ଧାରାରେ କାର୍ଯ୍ୟ କରି ଚାଲିଛନ୍ତି । ପଣ୍ଡିତ ଦିନଦୟାଲ ଉପଧ୍ୟା ଙ୍କ ଜୀବନ ପିଲାଟି ଦିନରୁ ଦଃଖ ଏବଂ ଗରିବ ଅବସ୍ତାରେ ବିତିଛି ତାଙ୍କ ଜନ୍ମ ୨୫ସେପ୍ଟେମ୍ବର ୧୯୧୬ ଉତ୍ତରପ୍ରଦେଶ ର ମଥୁରା ଜିଲ୍ଲା ଚନ୍ଦ୍ରଭାନ ଗ୍ରାମ ରେ ହୋଇଥିଲା ଅଢେଇ ବର୍ଷ ବୟସରେ ସେ ତାଙ୍କ ପିତୃବିୟଗ ସହ ପରିବାରର ପ୍ରାୟ ଲୋକଙ୍କ ମୃତ୍ୟୁ ଦେଖିବା ପରେ ମଧ୍ୟ ଭାଙ୍ଗିପଡି ନାହାନ୍ତି ଦେଶପାଇଁ ନିଜ ଜୀବନ ସମର୍ପିତ କରିଥିଲେ। ୧୯୩୭ରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସଦସ୍ୟ ହୋଇ ସଂଘର ବହୁ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୬୮ ଫେବୃଆରୀ ୧୧ ତାରିଖ ଦିନ ତାଙ୍କର ରହସ୍ୟଜନକ ମୃତ୍ୟୁ ଘଟିଥିଲା ।
ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାଜପାର ରାଜ୍ୟ ସଂମ୍ପାଦକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ, ନଗର ମଣ୍ଡଳ ସଭାପତି ସନ୍ତୋଷ ଶର୍ମା, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ ପ୍ରମୁଖ ଏହି ସଭାରେ ଦିବଂଗତ ଉପଧ୍ୟା ଙ୍କ ସ୍ମୃତି ଚାରଣ କରିଥିଲେ ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ ସଭା ପରିଚାଳନା କରିଥିଲେ ।
