April 28, 2026

ପଡିଆବାହାଲରେ ରକ୍ତଦାନ ଶିବିର 

IMG-20250926-WA0022
Share

 

 

ସମ୍ବଲପୁର, ୨୬. ୦୯():ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିନ ପାଳନ ଅବସରରେ ପଡିଆବାହାଲ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

 

ବିଜେପି ନେତ୍ରୀ ଟିକି ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ରକ୍ତଦାନ ଶିବିରରେ ୨୧ ଜଣ ଯୁବବର୍ଗ ରକ୍ତଦାନ କରିଥିବା ବେଳେ ପ୍ରତି ୩ ମାସରେ ଥରେ ପଡିଆବାହାଲ ବିଜେପି ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବାକୁ ନେତୃ ମଣ୍ଡଳୀ ସହ ଆଲୋଚନା କରି ଏହାକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁର୍ଲା ଭୀମସାର ରକ୍ତଭଣ୍ଡାର ବୈଷୟିକ ଟିମ ଏହି ରକ୍ତ ସଂଗ୍ରହ କରିଥିବା ବେଳେ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୁସାଗର, କବରାପାଲି ସମିତିସଭ୍ୟା ବନିତା ଓରାମ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଡିଆବାହାଲ ମେଡିକାଲ ଅଫିସର ଡାକ୍ତର ଲୋକନାଥ ପ୍ରଧାନ, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଜୁଯୁମୁରା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ଯୁବନେତା ନରେଶ ପ୍ରଧାନ, କପିଳେଶ୍ଵର ପ୍ରଧାନ, ଗୋକୁଳାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

You may have missed