September 12, 2026

ଆଚାର୍ଯ୍ୟ ବିନୋବା ଭାବେ ଙ୍କ ଜୟନ୍ତୀ ପାଳିତ

IMG-20260912-WA0004
Share

 

 

ପୁରୀ – ଆଚାର୍ଯ୍ୟ ବିନୋବା ଭାବେ ସ୍ମୃତି ପରିଷଦ ପକ୍ଷରୁ ସର୍ବୋଦୟନଗର ଠାରେ ଆଜି

ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୧ ତମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ବିନୋଵାଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା।ପରିଷଦ ପକ୍ଷରୁ ଆବାହକ ସାମ୍ବାଦିକ ଲଷ୍ମୀ ନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ।

ଜଳ, ଜମି ଓ ଜଙ୍ଗଲକୁ ନେଇ ଅନୁସୂଚୀତ ଜନଜାତିଙ୍କ ଆନ୍ଦୋଳନ ଓ ସରକାରଙ୍କ ସହଯୋଗରେ ବିନୋବା ଭାବେ ଗ୍ରାମଦାନ ମୂଳକ ଗ୍ରାମଦ୍ୟୋଗ ପ୍ରଧାନ ଅହିଂସାତ୍ମକ କ୍ରାନ୍ତିର ବାର୍ତ୍ତା ପ୍ରଚାର ପାଇଁ ଭାରତ ପଦଯାତ୍ରା ସମୟରେ ୨୯-୬-୧୯୫୫ ପରଠାରୁ ୨ ମାସ କାଳ କୋରାପୁଟରେ ରହିଥିବା ନଜିର ରହିଛି। ଏହି ସମୟ ମଧ୍ୟରେ ଭୂଦାନ ଯଜ୍ଞ କମିଟି କୋରାପୁଟରେ ୧୩ ହଜାର ଦାତାଙ୍କଠାରୁ ୧୮୧ ଗ୍ରାମଦାନ ଏବଂ ୭୮ ହଜାର ଏକର ଜମି ପାଇଥିଲେ । କଟକ, ବାଲେଶ୍ବର ଏବଂ ସମ୍ବଲପୁରର ଶତାଧିକ ଭୂଦାନ କର୍ମୀ କୋରାପୁଟରେ କାର୍ଯ୍ୟ କରିଥିଲେ । କୋରାପୁଟରେ ଚାଲିଥିବା ଭୂଦାନ ଆନ୍ଦୋଳନ ସମଗ୍ର ଦେଶକୁ ପ୍ରେରଣା ଦେଇଥିଲା ।ସେତେବେଳେ ଡୁମୁରି ରିପଦର ଠାରେ ଅନୁଷ୍ଠିତ ଏକ ସଭାରେ ବିନୋବା ମନ୍ତବ୍ୟ ଦେଇ କହିଥିଲେ ଯେ, କୋରାପୁଟରେ ୨ ଶହ ଗାଁର ଗ୍ରାମବାସୀମାନେ ସେମାନଙ୍କର ସମସ୍ତ ଜମି ଭୂଦାନକୁ ଦାନ କରିଛନ୍ତି ଓ ସେମାନଙ୍କ ଗ୍ରାମରେ କେହି ଭୂମିହୀନ ରହିବେ ନାହିଁ ।

ତେବେ ୧୯୫୫ ରେ ବିନୋବା ଭାବେ ଓଡ଼ିଶା ଛାଡ଼ିବା ବେଳକୁ ଓଡ଼ିଶାରେ ୮୧୨ ଗ୍ରାମ ଦାନ ଗ୍ରାମ ଥିଲା ଯେଉଁଥିରୁ ୬୦୫ ଟି କେବଳ କୋରାପୁଟ ଜିଲ୍ଲାର ଥିଲା ।

କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ସେଠୀ ଯୁଗ୍ମ ନିର୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ, ଗୌରାଙ୍ଗ ଚରଣ ପରିଡା,ପ୍ରାଧ୍ୟାପକ କାର୍ତ୍ତିକ କୁମାର ଦାସ, ଆଇନୀଜୀବି ଭାଗବତ ପ୍ରସାଦ ପଟ୍ଟନାୟକ, ଇଂ ଗିରିଜା ଶଙ୍କର ପାଢ଼ୀ,ସର୍ବୋଦୟ ନଗର

ସଭାପତି ଶରତ ଚନ୍ଦ୍ର ପ୍ରଧାନ,

ସନ୍ତୋଷ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ରାଉତ, ବନମାଳୀ ପୃଷ୍ଟି ପ୍ରାକ୍ତନ ପୋଲିସ ଅଧିକାରୀ ଦେବେନ ଦାଶ , ରାଜ କିଶୋର ସାହୁ, ଶଙ୍କର ବାରିକ, ସଞ୍ଜୟ କୁମାର ଦାସ,ବିଜୟ କୁମାର ପଣ୍ଡା କିଶୋର ଚନ୍ଦ୍ର ପଟ୍ଟନାୟକ,ଗୋଲକ ଚନ୍ଦ୍ର ଜେନା, ସତ୍ୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ