ପଞ୍ଚାୟତ ମହାବିଦ୍ୟାଳୟ ଇଂରାଜୀ ବିଭାଗରେ ଦ୍ଵିଦିବସୀୟ ଜାତୀୟ ସଂପାନ ଉଦଯାପିତ
ବରଗଡ଼ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଇଂରାଜୀ ବିଭାଗରେ ନାରୀ ନିର୍ଯ୍ୟାତନା ପ୍ରେକ୍ଷାପଟ୍ଟରେ ବୃତ୍ତିଗତ ନୈତିକତାର ପୁନର୍ମୂଲ୍ୟାୟନ: ଏକ ସାହିତ୍ୟିକ ଅନୁଶୀଳନ”ଶୀର୍ଷକ ଏକ ଦ୍ଵିଦିବସୀୟ ଜାତୀୟ ସଂପାନ ଅଧ୍ୟକ୍ଷ ଡ଼. ନକୁଳ ସେଠ୍ ଙ୍କ ସଭାପତିତ୍ବରେ ଉଦଯାପିତ ହୋଇଯାଇଛି। ଉଦ୍ଘାଟନୀ ପର୍ବରେ ମୁଖ୍ୟବକ୍ତା ଭାବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗର ପ୍ରାକ୍ତନ ପ୍ରଫେସର୍ ଡ଼.ଅଶୋକ କୁମାର ମହାପାତ୍ର ଯୋଗ ଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଡ଼. ନକୁଳ ସେଠ୍ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପର୍ବରେ ମୁଖ୍ୟ ଅତିଥି ଭାବରେ ରୋଟ।ରିଏନ ଶ୍ରୀଯୁକ୍ତ ଗଙ୍ଗ।ସାଗର ପତି ଯୋଗ ଦେଇଥିଲେ ଓ ସହକାରୀ ପ୍ରଫେସର ଡ଼. ରାଜଶ୍ରୀ ଭଞ୍ଜ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସନ୍ ମୁଖ ରାଓ, ମୁଖ୍ୟବକ୍ତା ରୂପେ ଡ଼.ଚିତ୍ତରଞ୍ଜନ ସାହୁ,କୁଳସଚିବ ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ସମ୍ବଲପୁର ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସସ୍ମିତା ଦାଶ ଯୋଗ ଦେଇଥିଲେ। ଡ.ମହେଶ ଚନ୍ଦ୍ର ଦାଶ ଓ ଡ଼ ଏନ ସୁମନ୍ ସେଲିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗମୁଖ୍ୟ ଡ. ଉମେଶ ଚନ୍ଦ୍ର ମହାପାତ୍ର ସଂପାନର ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ବିଭାଗର ସହକାରୀ ପ୍ରଫେସର ଶ୍ରୀମତୀ ସିମନ୍ତିନୀ ଭୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋକରିଥିବା ବେଳେ ବରିଷ୍ଠ ସହକାରୀ ପ୍ରଫେସର ମାନଭଞ୍ଜନ ପାଣିଗ୍ରାହୀ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ବିଷୟ ବିଶେଷଜ୍ଞ, ଅଧ୍ୟାପକ ଅଧ୍ୟାପିକା ଓ ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ସୁରେନ୍ଦ୍ର କଠାରଙ୍କ ରିପୋର୍ଟ
