ଲରମ୍ଭା କଲେଜରେ ହସ୍ତଶିଳ୍ପ ପ୍ରଦର୍ଶନ ସହ ସଚେତନତା କାର୍ଯକ୍ରମ ଅନୁଷ୍ଠିତ: 

IMG-20250926-WA0040
Share

 

 

 

ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଠାରେ ଭାରତ ସରକାରଙ୍କ ବୟନ ଶିଳ୍ପ ମନ୍ତ୍ରଣାଳୟ ବିଭାଗ ତରଫରୁ ହସ୍ତଶିଳ୍ପ ପ୍ରଦର୍ଶନ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଉଦଘାଟନୀ ସମାରୋହରେ କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ସମାରୋହ ତିନି ଦିନ ଧରି ହୋଇଥିବା ବେଳେ ପ୍ରଥମ ଦିବସରେ ବିଭିନ୍ନ ହସ୍ତକଳା ପ୍ରଦର୍ଶନ ସହ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ସହିତ କଲେଜ ପରିସର ସହ ଫାଟକ ସମ୍ମୁଖରେ ଏକ ସଫେଇ ଅଭିଯାନ କରାଯାଇ ଥିଲା। ଦ୍ବିତୀୟ ଦିବସରେ ମାଟିରେ କଳାକୃତି, ରଂଗପ୍ରଲେପ , କାଠରେ ନିର୍ମିତ ଚିତ୍ର, ବାଉଁଶ କାରିଗରି ଓ ଫଟୋଚିତ୍ର ଅଙ୍କନ କରିବାର ଅଭ୍ୟାସ ଛାତ୍ର ଛାତ୍ରୀ ଜାରି ରଖିଥିଲେ। କାର୍ଯ୍ୟକ୍ରମଟି ସମ୍ବଲପୁର ଶାନ୍ତିନଗର ସ୍ଥିତ ହସ୍ତଶିଳ୍ପ ସହାକାରୀ ନିର୍ଦେଶିକା କୁମାରୀ ଶୈଳଜାଙ୍କ ତତ୍ତ୍ବାବଧାନରେ ହୋଇଥିବା ବେଳେ ଅମରଦୀପ କର, ପ୍ରମୋଦ କୁମାର ମହାରଣା, ଶରତ ମହାରଣା, ରଞ୍ଜନ କୁମାର ରଣା, ମମତା ମାଝି ନିଜନିଜର ହସ୍ତକଳା ଦକ୍ଷତାକୁ ପରିପ୍ରକାଶ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଅନ୍ତିମ ଦିବସରେ ସମସ୍ତ କର୍ମକର୍ତା ସହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।ଶେଷରେ ଡ. ଅଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

ମହାବିଦ୍ୟାଳୟର ମନୋରଞ୍ଜନ ତ୍ରିପାଠୀ, ମିୁକେଶ ଧାନୁକା , ଡ.ଶାନ୍ତିଲତା ବାରିକ, ଡ. ଗୁରୁଦେବ କୁଶଲ, ସଂଘମିତ୍ରା ମହାକୁର, ଡ. ସୁବଳ ସାହୁ, ସରୋଜ ନାୟକ, ପବିତ୍ର ମାହାଣା, ପାୟଲ ସାହୁ, ସୁଭଦ୍ରା କୁମାରୀ ସାହୁ, ପୂର୍ଣ୍ଣ ଚନ୍ଦ୍ରମିରିଗ, ପ୍ରମୋଦ ଚନ୍ଦ୍ର ସେଠ, ଗୋପାଳ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ସୁରେନ୍ଦ୍ର କଠାର,ବରଗଡ