ମଦ୍ୟପ ମାତୃହନ୍ତା ଯୁବକକୁ କୋର୍ଟ ଚାଲାନ
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲା ଥାନା ଅଧିନସ୍ଥ ସାନଧାରପୁର ଗ୍ରାମରେ ମଦ ପାଇଁ ହତ୍ୟାକାଣ୍ଡ ଘଟଣା ଘଟିଯାଇଛି। ଖବର ନେବାରେ ଜଣାଅପଡ଼ିଛି ଯେ, ନର୍ଲା ଥାନା ଅନ୍ତର୍ଗତ ସାନଧାରପୁର ଗ୍ରାମର ଭୁବନ ବିଶ୍ୱାଳ ନାମକ ଜଣେ ଯୁବକ ଦିବାରାତ୍ର ମଦ ପିଇ ଗାଁରେ ଗଡିବୁଲୁଥିବା ନେଇ ସାନଧାରପୁର ଓ ଆଖପାଖ ଗ୍ରାମରେ ପ୍ରସିଦ୍ଧି ଲାଭ କରିଥିବାବେଳେ, ମଦ୍ୟପଙ୍କ ମାଆ କଳ୍ପନା ବିଶ୍ୱାଳ ଛୋଟ ମୋଟ କାମ କରି ଓ ବର୍ଦ୍ଧକ୍ୟ ଭତ୍ତାରେ ବଡ କଷ୍ଟରେ ପରିବାର ପୋଷଣ କରୁଥିଲେ। କିନ୍ତୁ ଘଟଣା ଦିନ କଳ୍ପନା ବିଶ୍ୱାଳ ବାର୍ଦ୍ଧକ୍ୟ ଭତ୍ତା ଧରି ଘରକୁ ଫେରି ଘର କାମରେ ଲାଗିଥିବାବେଳେ, ପୁଅ ଭୁବନ ବିଶ୍ୱାଳ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ତାଙ୍କ ମାଆଙ୍କୁ ମଦ ପିଇବା ପାଇଁ ପାଇଥିବା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମାଗିଥିଲେ। ଏହାକୁ ନେଇ ମା’ଓ ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଭୁବନ ବିଶ୍ୱାଳ ଉତ୍ୟକ୍ତ ହୋଇ ଘରେ ଥିବା ଏକ ଧାରୁଆ ଟାଙ୍ଗିଆ ସାହାଯ୍ୟରେ ତାଙ୍କ ମା’ଙ୍କ ମୁଣ୍ଡରେ ଚୋଟ ଉପରେ ଚୋଟ (ଲୋକଙ୍କ କହିବା ଅନୁଯାଇ ପ୍ରାୟ ପନ୍ଦର ଚୋଟ) ପାକଇ ଚାଲିଲେ। ଏଥିରେ କଳ୍ପନା ବିଶ୍ୱାଳଙ୍କ ତତ୍କାଳ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଆଖ ପାଖ ସାହି ପଡିସା ଲୋକେ ଉତ୍ୟକ୍ତ ଯୁବକଙ୍କୁ କାବୁ କରିନେଇଥିଲେ। ଏହାପରେ ଏହି ଘଟଣାକୁ ନେଇ ଗ୍ରାମବାସୀ ନର୍ଲା ଥାନାରେ ଖବର ଦେଇଥିଲେ। ଏହାପରେ ନର୍ଲା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତା କଳ୍ପନା ବିଶ୍ୱାଳଙ୍କ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ଥିବାବେଳେ, ହତ୍ୟାକାରୀ ଯୁବକଙ୍କୁ ଗିରଫ କରି ଥାନାକୁ ନେଇ ଏକ ହତ୍ୟା ମାମଲା ୠଜ୍ଜୁ କରି ଗତକାଲି ଯୁବକଙ୍କୁ କୋର୍ଟ ଚାଳାଣ କରିଛି।
