April 28, 2026

ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ; ନାରୀ ସୁସ୍ଥ ରହିଲେ ପରିବାର ସଶକ୍ତ ହୋଇ ଆଗକୁ ଯାଇପାରିବ : ସିଡିପିଓ 

IMG-20250920-WA0065
Share

 

 

ବେଲଗୁଣ୍ଠା, 20,9,2025, ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ଳକ୍ ପ୍ରୋଗ୍ରାମ୍ ମ୍ୟାନେଜର ଦୂର୍ଗା ପ୍ରସାଦ ପଟ୍ଟନାୟକଙ୍କ ସଂଯୋଜନାରେ ସୁସ୍ଥ ନାରୀ ଓ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ସତର ତାରିଖ ଠାରୁ ଆସନ୍ତା ଅକ୍ଟୋବର ଦୁଇ ପର୍ଯ୍ୟନ୍ତ ପନ୍ଦର ଦିନ ଧରି ଏହି କାର୍ଯ୍ୟକ୍ରମ ସାରା ଭାରତର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲୁ ରହିଛି I ନାରୀ ମାନଙ୍କର ବହୁତ ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ବେଳେ ସେମାନେ ବହୁ ସମୟରେ ନିଜ ରୋଗକୁ ଲୁଚାଇ ରଖିବା ଏବଂ ରୋଗର ସଠିକ୍ ପରୀକ୍ଷା ନକରାଇ ଗୁରୁତର ହେବା ପର୍ଯ୍ୟନ୍ତ ରହୁଛନ୍ତି I ଏହାକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ମହିଳା ମାନଙ୍କର ଛଅ ପ୍ରକାର ରୋଗର ମାଗଣା ପରୀକ୍ଷା ସହିତ ମାଗଣା ଔଷଧ ବଣ୍ଟନ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଗୋବରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ସୌରଭ କୁମାର ଉପାଧ୍ୟାୟ ପ୍ରକାଶ କରିଛନ୍ତି I ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ନଳିନୀ ମହାରଣା ଯୋଗ ଦେଇ ନାରୀ ସୁସ୍ଥ ରହିଲେ ପରିବାର ସଶକ୍ତ ହୋଇ ଆଗକୁ ଯାଇପାରିବ ବୋଲି ପ୍ରକାଶ କରିଥିଲେ I ସେହିପରି ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ମନ୍ତ୍ରୀ,ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସକ ସୌରଭ କୁମାର ଉପାଧ୍ୟାୟ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡ଼ାକ୍ତର ବୃନ୍ଦାବନ ଗୌଡ଼ ଓ ଆୟୁଷ ଡାକ୍ତର ବସନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ I ଆଜି ଏହି ଶିବିରରେ ୩୩୪ ଜଣ ମହିଳା ନିଜର ସ୍ଵାସ୍ଥ୍ୟ୍ ପରୀକ୍ଷା କରାଇଥିଲେ I ଏଥିରେ ଆଶା, ଏମବିକେ ,ସିଆରପି ମାନେ ମହିଳାମାନଙ୍କୁ ଶିବିରକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ I ଏହି କାର୍ଯ୍ୟକ୍ରମକୁ ସିଏଚ୍ଓ ନଳିନୀ କାନ୍ତ ପାତ୍ର, ସୁଶ୍ରୀ ସଙ୍ଗୀତା ସାମଲ ,ଏମଆରଏ ବିଜୟ କୁମାର ପ୍ରଧାନ, ପିଏଚଇଓ ମାନସୀ ଦାସ୍,ବିଏଏମ୍ ଦିଲ୍ଲିପ୍ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ I ଏହି ଅବସରରେ ମେଡ଼ିକାଲ୍ କର୍ମଚାରୀଙ୍କ ତରଫରୁ ପାଞ୍ଚ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା I ଗୋବରା ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଟିବି ସୁପରଭାଇଜର ଦୂର୍ଗା ପ୍ରସାଦ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ