June 26, 2026

ହାଇୱା ଚାପାରେ ମହିଳାଙ୍କ ମୃତ୍ୟୁ।

IMG-20250911-WA0018
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଦିନକୁ ଦିନ କଳାହାଣ୍ଡି ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲିଛି। ଗତ କିଛି ମାସ ମଧ୍ୟରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଲୋକଙ୍କ ବେପରୁଆ ବାଇକ ଚାଳନା ଯୋଗୁଁ ଶତାଧିକ ମାତ୍ରାରେ ଦୁର୍ଘଟଣା ମାନ ଘଟି ଅନେକ ବ୍ୟକ୍ତି ନିଜ ଜୀବନ ହାରିଥିବାବେଳେ, ଗତ ତିନି ଦିନ ତଳେ ଲାଞ୍ଜିଗଡ଼ ନିକଟସ୍ଥ ବିଲାଟିପଦର ଠାରେ ଏକ ୧୨ ବର୍ଷର ବାଳକ ମୁଖ୍ୟରାସ୍ତା ଉପରେ ବେପରୁଆ ଭାବରେ ସାଇକଲ ଚାଳନା କରୁଥିବାବେଳେ ସାମ୍ନା ପଟୁ ଆସୁଥିବା ଏକ ହାଇୱା ଚକ ତଳେ ଚାପି ହୋଇ ପ୍ରାଣ ହରାଇଥିଲା। ସେହିପରି ଗତକାଲି ସନ୍ଧ୍ୟା ସମୟରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମ ନିକଟରେ ଜଣେ ମହିଳାଙ୍କ ଅସାବଧାନତା ଯୋଗୁଁ ହାଇୱା ତଳେ ଚାପି ହୋଇ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମ ନିକଟରେ ପ୍ରକାଶ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ କ୍ରସର ଅଛି। ଗତକାଲି ସନ୍ଧ୍ୟା ସମୟରେ ଏକ ହାଇୱା(OD 15 Q 4705) ମୁଖ୍ୟ ରାସ୍ତାରୁ ସର୍ଗିଗୁଡା କ୍ରସର ଅଭିମୁଖେ ଯାଉଥିବାବେଳେ ରାସ୍ତାରେ ଜଣେ ମହିଳାଙ୍କ ଅଳ୍ପ ଆସାବଧାନତା ହେତୁ ହାଇୱାଟି ମହିଳାଙ୍କ ଉପରେ ମାଡିଯାଇଥିଲା। ଏଥିରେ ମହିଳାଙ୍କ ମୁଣ୍ଡଟି ସମ୍ପୂର୍ଣ ବିଳି ଯାଇଥିବାବେଳେ ମହିଳା ଜଣକ ତତ୍କାଳ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ଡ୍ରାଇଭର ଜଣକ ଘଟଣା ସ୍ଥଳରୁ ଫେରାର ମାରିଛି।ଏନେଇ ସଦର ପୋଲିସ ଖବର ଘଟଣା ସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବକୁ ଜବତ କରି ଭବାନୀପାଟଣା ମୁଖ୍ୟଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇବା ସହ ଏକ ମାମଲା ୠଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ବର୍ତମାନ ମୃତ ମହିଳାଙ୍କ ପରିବାରଜନ କ୍ଷତିପୂରଣ ଦାବି କରୁଛନ୍ତି।