June 26, 2026
IMG-20250911-WA0019
Share

 

ସୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ସୋରଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଶ୍ରୀ ଶ୍ରୀ ମା’ କନ୍ଧୁଣୀ ଦେବୀଙ୍କ ପବିତ୍ର କଣ୍ଟା ପିଢା ଯାତ୍ରା ଉତ୍ସବ ଉଦଘାଟନୀ ଉତ୍ସବ ୨୦୨୫ ର ପ୍ରଥମ ଦିବସ ଅବସରରେ ଆମ ପ୍ରିୟ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣେଇବା ସହ ମାନ୍ୟବର ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ,ଆମ ଅଞ୍ଚଳର ସମାଜ ସେବୀ ଶ୍ରୀ ଅର୍ଜୁନ ବିଷୋୟୀ,ଆମ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ,ଭଞ୍ଜନଗର ଉପ-ଜିଲ୍ଲାପାଳ ଶ୍ରୀ ଉମା ଚରଣ ବେହେରା,ଗଞ୍ଜାମ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ର,ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀମତୀ ଭିପାସା ପାଳ,ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ଅଧ୍ୟକ୍ଷ ଶ୍ରୀ ଶିବ ଶଙ୍କର ପଣ୍ଡା ତଥା ମାନ୍ୟଗଣ୍ୟ ବ୍ୟକ୍ତିଗଣଙ୍କ କରକମଳରେ ଶୁଭାରମ୍ଭ ହେଲା |

 

କଳା,ସଂସ୍କୃତି ଓ ପରମ୍ପରା ଆମ ଓଡିଶାର ପରିଚୟ ଆମ ଐତିହ ଓ ପରମ୍ପରାକୁ ବଜାୟ ରଖିବା ଆମର ଦାୟିତ୍ୱ | ଏହି କଣ୍ଟା ପିଢା ଯାତ୍ରାର ମହନୀୟ ସଂସ୍କୃତି ଓ ପରମ୍ପରା,ଐତିହ ଆମ ସଂସ୍କୃତିରେ ଏକ ସ୍ୱତନ୍ତ୍ର ଭୂମିକା ରହି ଅଛି | ଏହି ମହୋତ୍ସବ ଲୋକଙ୍କର ମଧ୍ୟରେ ଏକ ବିଶେଷ ଆନନ୍ଦ ଆଣିଦେଇଛି | ଏହି ଯାତ୍ରାକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ଅହରହ ପରିଶ୍ରମ କରୁଥିଵା ମୋର ସାଥି ବନ୍ଧୁ ଓ ସହଯୋଗଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି |ସୋରଡ଼ା ରୁ ସଞ୍ଜୟ କୁମାର ସେଠି ଙ୍କ ରିପୋର୍ଟ