September 11, 2026

ବେଗୁନିଆ ଶାଖା ଡାକପାଳ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନ

IMG-20250911-WA0016
Share

 

 

ତିର୍ତୋଲ ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଶାରଳା ପୀଠ କନକପୁର ଉପ ଡାକଘର ଅଧୀନସ୍ଥ, କଟରା ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଶାଖା ଉପଡାକପାଳ ଅବିନାଶ ସାହୁ ଙ୍କୁ ଗତ ବୁଧବାର ଦିନ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କନକପୁର ଉପଡାକପାଳ ତ୍ରିଲୋଚନ ପ୍ରଧାନ ସଭାପତିତ୍ବ କରିଥିଲାବେଳେ, ମୂଖ୍ୟ ଅତିଥି ଭାବେ କୁଜଙ୍ଗ ସବ୍ଡିଭିଜନ ର ଡାକ ନୀରିକ୍ଷକ ମଧୁସ୍ମିତା ମଲ୍ଲ ଓ ସମ୍ମାନିତ ଅତିଥି ଭାବରେ ବିଳାସ କୁମାର ନନ୍ଦ ଓ ଗୁରୁପଦ ଗିରି ପ୍ରମୁଖ ଯୋଗଦେଇ, ବିଦାୟୀ ଉପଡାକପାଳ ଅବିନାଶ ଙ୍କ ସହିତ ନିଜ ନିଜର ଅନୁଭୂତି ଓ ଅନୁଭବ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ଗୋବିନ୍ଦପୁର ଉପଡାକପାଳ ଅଜୟ କୁମାର ପରିଡ଼ା ଙ୍କ ସ୍ବରଚିତ ବିଦାୟୀ ସଙ୍ଗୀତ ପରିବେଷଣ ଏଠାରେ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଜ୍ୟୋତି ରଞ୍ଜନ ହୋତା, ପ୍ରମୋଦ କୁମାର ବ୍ରହ୍ମ, ନିକୁଞ୍ଜ କିଶୋର ଦାସ, ଉମେଶ ଚନ୍ଦ୍ର ସାହୁ , ଶର୍ମିଷ୍ଠା ଦାସ , ରାଜେଶ ଦାସ , ଆରାଧନା ପତି , ବିଶ୍ଵ ବନ୍ଦିତା ନାଥ, ପ୍ରସନ୍ ପ୍ରଧାନ, ନିଶିଥ ରଞ୍ଜନ ବାରିକ, ହରପ୍ରିୟା ଲେଙ୍କା ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ଶେଷରେ କନକ ପୁର ଡାକ ସହାୟକ ସତ୍ୟଜିତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।