June 26, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡା ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜୋନ ସ୍ତରୀୟ ବାର୍ଷିକ କ୍ରୀଡାପ୍ରତିଯୋଗିତା ମହା ସମାରୋହରେ ଉଦଯାପିତ……

IMG-20250911-WA0015
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଏକ ଦିବସିୟ ଏହି କ୍ରୀଡା ପ୍ରତିଯୋଗିତାରେ ବାମନଦେଇଭଟ୍ଟା, ରାଜପୁର, ସିଙ୍ଗିସାରି, ଜିରାଗୁଡା କ୍ଲଷ୍ଟରର ୧୮ ଟି ବିଦ୍ୟାଳୟର ସମୁଦାୟ ୧୮୦ ଛାତ୍ରଛାତ୍ରୀ ଫୂଟବଲ, ଭଲିବଲ, କବାଡି, ଖୋ ଖୋ, ଲଙ୍ଗ ଜମ୍ପ, ହାଇ ଜମ୍ପ, ଦୌଡ଼ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଥିଲେ। ଅଧକ୍ଷ ଶ୍ରୀ ବାବୁରାମ ସାହୁଙ୍କ ପ୍ରତକ୍ଷ ତତ୍ୱାବଧାନ ଓ ୪ ଟି କ୍ଲଷ୍ଟରର ସଂଯୋଜକ ଶ୍ରୀ ସନ୍ତୋଷ ସାହୁ, ମଧୁସୂଦନ ଜେନା, ମନୋଜ କୁମାର ବେହେରା ଓ ଡମ୍ବରୁ ହରିଜନଙ୍କ ସହଯୋଗରେ ଏହି କ୍ରୀଡା ପ୍ରତିଯୋଗିତା ସଫଳତାର ସହ ଉଦଯାପିତ ହୋଇଥିଲା। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ପରେଶ କୁମାର ମହାପାତ୍ରଙ୍କ ମାର୍ଗ ଦର୍ଶନରେ ନିକଟସ୍ଥ ବାବା ଭୈରବ ମନ୍ଦିରରୁ ପ୍ରଥମେ କ୍ରୀଡା ମଶାଲ ଶୋଭାଯାତ୍ରାରେ ଆସିବା ପରେ କ୍ରୀଡା ପ୍ରତିଯୋଗିତାର ଶୁଭ ଉଦଘାଟନ ହୋଇଥିଲା। ଉଦଘାଟନ ପର୍ଯ୍ୟାୟରେ ଭଣ୍ଡାରୀଗୁଡା ପଂଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଉର୍ଦ୍ଧବ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଶ୍ରୀ ନାୟକ କ୍ରୀଡା ପତାକା ଉତ୍ତୋଳନ କରିବା ସହ ନିଜ ଅଭିଭାଷଣରେ କ୍ରୀଡ଼ାବିତ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କାର୍ଯ୍ୟକ୍ରମ ର ସଫଳତା କାମନା କରିଥିଲେ। ସହକାରୀ ଶିକ୍ଷକ ଶ୍ରୀ ମିହିର ରଂଜନ ପଣ୍ଡା ଓ ଶିକ୍ଷୟିତ୍ରୀ ରୋଜିସ୍ମିତା ରାଉଳ କ୍ରୀଡାର ଧାରା ବିବରଣୀ ପ୍ରଦାନ କରିଥିଲେ।ବିଭିନ୍ନ କ୍ଲଷ୍ଟରରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ବିଶ୍ଵରଞ୍ଜନ ମୁଦୁଲି, ଅର୍ଜୁନ ମହାରଣା,ମମତା ସାହୁ, କୁନୁ ଭତ୍ରା, ପୂର୍ଣ୍ଣଚନ୍ଦ୍ର ନାୟକ,ରଂଜିତ ମଜୁମଦାର, ଅଙ୍କିତା ବେହେରା, ସ୍ଵପ୍ନେଶ୍ଵର ନାୟକ, ଜ୍ୟୋତିର୍ମୟ ଘରାମି, ସୋନାସ୍କି ବିଶ୍ୱାସ, ରଞ୍ଜନ ରୟ, ମିନି ସାନ୍ତା ଆଦି ବିଭିନ୍ନ କ୍ରୀଡା ପରିଚାଳନା କରିଥିଲେ। ନିର୍ଦ୍ଧାରିତ ସମୟରେ ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବିଭାଗର ସମସ୍ତ ଖେଳ ସମ୍ପାଦିତ ହୋଇଥିଲା। କୃତି କ୍ରୀଡ଼ାବିତ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇ ଉଦଯାପନୀ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ସଭାରେ ଉମରକୋଟର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଦେବେନ୍ଦ୍ର ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ଶ୍ରୀ ବାଗ କ୍ରୀଡ଼ାବିତ ମାନଙ୍କର ପରବର୍ତ୍ତୀ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ଓ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଦ୍ୟାଳୟ ଓ ୪ଟି କ୍ଲଷ୍ଟରର ସଂଯୋଜକ ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ବାଗଙ୍କ କର କମଳରେ କ୍ରୀଡା ପତାକା ଅବତରଣ ସହ କାର୍ଯ୍ୟକ୍ରମରୁ ସମସ୍ତେ ବିଦାୟ ନେଇଥିଲେ।