June 12, 2026

ସାବିତ୍ରୀ ବାଇ ଫୁଲେ ମହିଳା ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟ ଘାଟ..

IMG-20250908-WA0008
Share

 

 

 

କୋକସରା(ଆମୋଜ ଧରୁଆ)କୋକସରା ବ୍ଲକ ଲଡ଼ୁଗାଁ ଆମ୍ବେଦକର ପଡ଼ା ଠାରେ କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଙ୍ଘ ପକ୍ଷରୁ ଧୁମ ଧାମରେ ନୂଆଁଖାଇ ଭେଟ୍ ଘାଟ ଅନୁଷ୍ଠିତ ହୋଇଯାଇଛି।ଭେଟ ଘାଟ ପୁର୍ବରୁ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଏବଂ ସାବିତ୍ରୀ ବାଇ ଫୁଲେଙ୍କ ଫଟୋ ଚିତ୍ରରେ

ମହମବତି ଜାଳି ପୁଷ୍ପଗୁଚ୍ଛ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୁଣନିଧି ବାଗ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ମୁଖ୍ୟ ବକ୍ତା ଦେବାନନ୍ଦ ନାଏକ,ସମ୍ମାନୀତ ଅତିଥି ଟୁନୁ ମହାନନ୍ଦ,ଗରୁଡ଼ ବାଗ,ପ୍ରହଲ୍ଲାଦ, ବ୍ୟବସାୟୀ ଦୁର୍ଗା ପ୍ରାସାଦ ଅଗ୍ରୱାଲା,ଠାକୁର,ରତ୍ନାକର ନିଆଲ, ତ୍ରିନାଥ ବାଗ,ପଙ୍କଜ ଚୌଧୁରୀ, ପୂର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ,ଚୈତନ୍ୟ ବାଗ,ଦିବାକର ଦୁର୍ଗା,ସାମ୍ୱାଦିକ ବସନ୍ତ ସରାବୁ, ଗଜିନ୍ଦ୍ର ନାଗ ପ୍ରମୁଖ ମଞ୍ଚାସିନ ଥିଲେ।ବକ୍ତା ମାନେ ନୂଆଁଖାଇର ଗାରିମା ଏବଂ ପରମ୍ପରା ଉପରେ ଆଲୋକପାତ କରିଥିଲେ। ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ସଦସ୍ୟା ଏବଂ ପଡ଼ାର ଛାତ୍ର ଛାତ୍ରୀ ବୁଦ୍ଧିଜୀବି ମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।ଅନୁଷ୍ଠାନର ସଭାନେତ୍ରୀ ପିଙ୍କି ମହାନନ୍ଦ, ସମ୍ପାଦିକା କୁମୁଦିନୀ ପାଣିଗ୍ରାହୀ, କୋଷାଧ୍ୟକ୍ଷା ଜୟନ୍ତୀ ପାଣିଗ୍ରାହୀ, ଧନମତି କଣ୍ଟା,ଭାନୁମତୀ ପାଣିଗ୍ରାହୀ,ଗୋଲାପି ନାଗ,କସ୍ତୁରୀ କୁମାର,ସୁରଭି ନାଏକ,ଉଦ୍ଧବ ବାଗ, ହରେକୃଷ୍ଣ ମହାନନ୍ଦ,ଯୋଗେନ୍ଦ୍ର ବାଗ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମକୁ ଧ୍ୱଜ ମହାନନ୍ଦ ଏବଂ ପିତାମ୍ବର ମହାନନ୍ଦ ପରିଚାଳନ କରିଥିଲେ।

You may have missed