ଆଜିର ଖବର..
ରାଜ୍ୟରେ ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। କାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସହ ବର୍ଷା ହେବ। ଅନ୍ୟସ୍ଥାନରେ ବି ବଜ୍ରପାତ ସହ ବର୍ଷା ହୋଇପାରେ।
ଓଏଏସ ଏବଂ ଓଆରଏସ ଅଫିସର ମନଇଚ୍ଛା ରାଜଧାନୀ ଯାଇପାରିବେ ନାହିଁ। ଚେତାବନୀ ଦେଲେ ସରକାର
କଟକ ମୁଣ୍ଡଳିରେ ୬.୨୫ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ, ହୀରାକୁଦର ୮ ଫାଟକ ବନ୍ଦ, ୪ ଖୋଲା।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦୁଇଦିନ ପାଇଁ ଦିଲ୍ଲୀ ଡାକରା।
ଚାରି ଦିନିଆ ନୂଆଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ।
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଗନ୍ଧମାର୍ଦ୍ଦନ ପାହାଡ଼ରେ ବାଦଲଫଟା ବର୍ଷା। ହରିଶଙ୍କର ପୀଠରେ ବନ୍ୟା ପରିସ୍ଥିତି
ନବରଙ୍ଗପୁର ରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା। ୩୯୫ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି କେବଳ ୧୬୮।
ଭଦ୍ରକରେ ରାସନ୍ କେଲେଙ୍କାରୀ। ୬୪ ହଜାର ଖାଉଟିଙ୍କ ପତ୍ତା ମିଳୁନି
ମାଲକାନଗିରି ତୁଳସୀ ପାହାଡ଼ ଚଢ଼ିପାରିଲାନି ଆମ୍ବୁଲାନସ୍। ୫ କିମି ମହିଳାଙ୍କୁ ବୋହିଲେ ସ୍ୱାସ୍ଥ୍ୟ କର୍ମୀ
ରାୟଗଡା ଜିଲ୍ଲା କୁଲି ପଂଚାୟତରେ ସାପ କାମୁଡ଼ାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ।
ରାଜଧାନୀରେ ଲୁଟ ଟଙ୍କା ଭାଗ ବଣ୍ଟା ବିବାଦରୁ ପୋଲିସ ଜାଲରେ ସାଇବର ଲୁଟେରା ଗ୍ୟାଙ୍ଗ। ୮.୫ କୋଟି ଟଙ୍କାର ଆକାଉଣ୍ଟ ଜବତ।
ଭଦ୍ରକ ଚାରିଘରିଆ ଛକ ନିକଟରେ ବ୍ରାଉନସୁଗାର ସହ ଦୁଇ ଜଣ ଗିରଫ
ରାଜଧାନୀ ମଞ୍ଚେଶ୍ବର ରେଳଡବା କାରଖାନା ଖେଳ ପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକଙ୍କ ପରିଚୟ ମିଳିନାହିଁ।
କଟକର ଦୁଗ୍ଧ ଚାଷୀ ଆନ୍ଧ୍ରରୁ ଗାଈ କିଣି ଫେରୁଥିବା ବେଳେ ନିଜକୁ ଗୋରକ୍ଷକ ବୋଲି କହି ଦଳେ ଯୁବକ ଭୁବନେଶ୍ୱରରେ କଲେ ଆକ୍ରମଣ
କନ୍ଧମାଳ ଦାରିଙ୍ଗବାଡିରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳ ପୂର୍ବକ ଟାଣିନେଇ କାର୍ ଭିତରେ ଦୁଷ୍କର୍ମ ଅଭିଯୋଗ
ସୁନ୍ଦରଗଡ ରାଜଗାଙ୍ଗପୁର ରେ ଭାରସାମ୍ୟ ହରାଇ ଟ୍ରେଲର ସହ ପିଟି ହେଲା ବାଇକ, ଚାଳକ ସମେତ ଦୁଇ ମୃତ
କଟକ ବାଙ୍କୀ କୁଶପଙ୍ଗି ନିକଟ ମହାନଦୀ ପଠାରେ ଫସିଛନ୍ତି ଗାଈପଲ। ଚରିବାକୁ ଯାଇଥିବାବେଳେ ନଦୀ ଜଳସ୍ତର ବଢିଯାଇଥିଲା।
ମୟୁରଭଞ୍ଜ ଜିଲ୍ଲା ମାଣିକପୁର ଗାଁରେ ଗୁଳିକାଣ୍ଡ, ଜଣେ ଅଟକ।
ଅନୁଗୁଳ ଶ୍ୟାମସୁନ୍ଦରପୁର ଗ୍ରାମରେ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର। ପ୍ରତିବାଦରେ ରାସ୍ତାରୋକ
ରାଜଧାନୀରେ ହେତୁବାଦୀ ଓ ପରମ୍ପରାବାଦୀ ବାଡ଼ାବାଡି। ଦଳେ ଦେଖେଇ ହୋଇ ଖାଇଲେ, ଆଉ ଦଳେ ଆକ୍ରମଣ କଲେ
ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ଅଧିକ ଚିକିତ୍ସା ପାଇଁ ଯାଇପାରନ୍ତି ଦିଲ୍ଲୀ। ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ
ଦିଲ୍ଲୀ ଲାଲକିଲ୍ଲା ପରିସରରୁ କୋଟିଏ ଟଙ୍କାର ହୀରା ଲାଗିଥିବା ସୁନାର କଳସ ଚୋରି। ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
କୋରିଆକୁ ୪-୧ରେ ପରାସ୍ତ କରି ଏସିଆ କପ ହକି ଚାମ୍ପିୟନ ହେଲା ଭାରତ, ବିଶ୍ବକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ
କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳିରେ ମିଳିବ ଉପହାର। ୩% ଡିଏ ବୃଦ୍ଧି କରିବେ ସରକାର
ରୁଷିଆର କର୍କଟ ଟିକା ଅନୁମୋଦନ ପରେ ଲୋକେ ବ୍ୟବହାର କରିବେ
ଆମେରିକାକୁ ଡାକ ସେବା ୮୦% ହ୍ରାସ। ୮୮ ଦେଶ ସେବା ବନ୍ଦ କଲେ, ଆମେରିକାର ଡାକ ନେଟୱାର୍କ ଅଡୁଆରେ
=======================
ଆଜି ବିଶ୍ୱ ସ୍ୱାକ୍ଷରତା ଦିବସ
ବିଶ୍ୱ ଶାରୀରିକ ଚିକିତ୍ସା ଦିବସ
ମାସେଡୋନିଆ ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ଆଶା ଭୋସଲେ, ଭୁପେନ ହଜାରିକା, ଗିରିରାଜ ସିଂ, ଶୁଭମନ ଗିଲ, ଅରୁପ ପଟନାୟକ, ଭର୍ତ୍ତୃହରି ମହତାବ
ଆଜି ତିରୋଧାନ: ଫିରୋଜ ଗାନ୍ଧୀ, ରାଣୀ ଏଲିଜାବେଥ ୨
ଇତିହାସରେ ଆଜି: (୧୩୨୦) ଗୟାସୁଦ୍ଦିନ ଗାଜି ହେଲା ଦିଲ୍ଲୀ ସୁଲତାନ/ (୧୮୩୧) ଉଇଲିୟମ-୪ ହେଲେ ବ୍ରିଟେନ ରାଜା/ (୧୯୪୬) ବୁଲଗାରିଆ ରେ ରାଜତନ୍ତ୍ର ଶେଷ/ (୨୦୦୬) ମହାରାଷ୍ଟ୍ର ମାଲେଗାଓଁରେ ସିରିଜ ବିସ୍ଫୋରଣ/ (୧୯୬୨) ଭାରତ ସୀମାରେ ଚୀନର ପ୍ରବେଶ/ (୧୬୬୪) ନିଉ ଆମଷ୍ଟରଡାମ ହେଲା ନ୍ୟୁୟର୍କ
=======================
*ବନ୍ଦେ ଉତ୍କଳ ଜନନୀ*
