July 27, 2026

କୁକୁଡ଼ାଖଣ୍ତିରେ ସ୍ୱାଭିମାନ ଦିବସ ପାଳିତ

IMG-20230428-WA0016
Share

 

 

କୁକୁଡାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ ହେଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତ୍ୟୁଷ କୁମାର ଦାଶଙ୍କ ପୌରହିତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରଥମେ ମଧୁସୂଦନ ଦାସଙ୍କ ଫୋଟ ଚିତ୍ରରେ ପୁଷ୍ପମାଳ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ସମର୍ପଣ କରିଥିଲେ। ଏହା ପରେ ଛାତ୍ର ଛାତ୍ର ମାନେ ମଧୁବାବୁକ ବିଷୟରେ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ

ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ନେତା କେ.ମଣିବାବୁ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ କୁକୁଡ଼ାଖଣ୍ତି ପ୍ରେସ୍ କ୍ଲବରେ ସଭାପତି ପି.କୃଷ୍ଣମୂର୍ତ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ବିଷୟରେ ଆଲୋଚନା କରିଥିଲେ। ଶେଷରେ କାଳନ୍ଦୀ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ

You may have missed