July 27, 2026

ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ର ୪୦୦୦ ରୁ ଉର୍ଦ୍ଧ ସଦସ୍ୟଙ୍କ ପବିତ୍ର ଘୋଷଯାତ୍ରା ରେ ସେବା ପ୍ରଦାନ

IMG-20260727-WA0029
Share

 

ମହାପ୍ରଭୁ ଚତୁର୍ଦ୍ଧାମୁରତି ଙ୍କ ପବିତ୍ର ବାହୁଡା଼ ଓ ସୁନାବେଶ ଉପଲକ୍ଷେ ବଜରଙ୍ଗ ଦଳ , ଓଡିଶା ତରଫରୁ ମାନବ ଶୃଙ୍ଖଳ ସେବା ରାଜ୍ୟ ରାଜସ୍ୱ ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ,RSS ର ପ୍ରାନ୍ତ ପ୍ରଚାରକ ବିପିନ ନନ୍ଦ VHP ରାଜ୍ୟ କାର୍ଯ୍ୟକାରୀ ସଭାପତି ପବିତ୍ର ସ୍ୱାଇଁ,ବୈକୁଣ୍ଠ ବାବା ,ରାଜ୍ୟ ସହ ସଂପାଦକ ଉମାଶଙ୍କର ଆର୍ଚାଯ୍ୟ,ବଜରଙ୍ଗି ଦଳ ରାଜ୍ୟ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ ଓ ଅନ୍ୟ କାର୍ଯ୍ୟକାରୀ ଙ୍କ ସମେତ ପ୍ରାୟ ୪,୦୦୦ କାର୍ଯ୍ୟକାରିଙ୍କ ଉପସ୍ଥିତି ରେ ଉଦଘାଟନ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ ପ୍ରଧାନ,ପଶ୍ଚିମ ପ୍ରାନ୍ତ ସଂଯୋଜକ ସୋମ୍ୟ ମିଶ୍ର,ବିପିନ ପଣ୍ଡା,ଶ୍ୟାମ ସୁନ୍ଦର ସାହୁ,ସଂଜୟ ସିଂହ,ରାଜକିଶୋର ସାହୁ,ପ୍ରାନ୍ତ ସହସୁରକ୍ଷା ପ୍ରମୁଖ ଅମ୍ବିକା ଦାସ, ଚନ୍ଦ୍ରକାନ୍ତ କର ନିତ୍ୟଜିତ ଚମ୍ପତ୍ତି ତଥା ରାଜ୍ୟର ସମସ୍ତ ଜିଲ୍ଲା ଏବଂ ପଶ୍ଚିମବଙ୍ଗ ର ୪୦୦୦ରୁ ଉର୍ଦ୍ଧ ଯୋଗଦାନ କରି ଆମ୍ବୁଲାନ୍ସ ସେବା ଠାରୁ ଆରମ୍ଭ କରି ପୁରୀ ସହରର ବିଭିନ୍ନ ସ୍ଥାନରେ ଦୁଇଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମାନଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଏବଂ ପାଣି ବଣ୍ଟନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed