ବାଟି ବେଢ଼ା ଠାରେ ହଷ୍ଟେଲ ଛାତ୍ରୀ ଙ୍କ ଆତ୍ମହତ୍ୟା, କ୍ଷତି ପୂରଣ ଦାବିରେ ସ୍କୁଲ ସମ୍ମୁଖରେ ଶବକୁ ରଖି ଧାରଣାରେ ବସିଲେ ପରିବାର ଲୋକେ…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଭ।ମିନି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବ।ଟିବେଡ଼। ଠାରେ ଥିବା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ ହଷ୍ଟେଲ ର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ କାଲି ରାତି ଆତ୍ମହତ୍ୟା କରିଛନ୍ତି। ଛାତ୍ରୀ ଜଣଙ୍କ ନାମ ହେଲା ଜବା ଶାନ୍ତା, ବୟସ ୧୪ ହେବ। ଛାତ୍ରୀ ଜଣଙ୍କ ଘର ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତର ଦଲଦଲି ଗ୍ରାମ ଠାରେ। ମିଳିଥିବା ସୂଚନାନୁଯାୟୀ କାଲି ର।ତି ଖାଇବା ସମୟରେ ୩ ଜଣ ଛାତ୍ରୀ ଅନୁପସ୍ଥିତି ଥିଲେ। ଏହା ଦେଖି ସ୍କୁଲର କିଛି କର୍ମଚାରୀ ଅନ୍ଧାର ରାତିରେ ସ୍କୁଲର ପିଅନ ଖୋଜା ଖୋଜି କରିଥିଲେ ଓ ୨ ସାଙ୍ଗଙ୍କୁ ଠାବ କରିବାରେ ସଫଳ ହେଇଥିଲେ। ତେବେ ୨ ଜଣ ସାଙ୍ଗଙ୍କ ବୟାନ ଆଧାରରେ କର୍ମଚାରୀ ମାନେ ସ୍କୁଲ ଠାରୁ ଗୋଟିଏ କିଲୋମିଟର ଦୂରରେ ଥିବା ଏକ ବିରାଟ ଗଛ ନିକଟରେ ପହଞ୍ଚିଥିଲେ। ସେଠୀ ପହଞ୍ଚିବା ବେଳକୁ ଜବା ତା ନିଜ ଓଢଣୀରେ ବେକକୁ ବାନ୍ଦୀ ଝୁଲି ପଡ଼ି ମୃତ୍ୟୁ ବରଣ କରିଦେଇଛି। ଯେହେତୁ ଛାତ୍ରୀଙ୍କ ଗାଁରେ କୌଣସି ମୋବାଇଲ ନେଟୱାର୍କ ନାହିଁ ତେଣୁ କିଛି ଶିକ୍ଷକ ରାତି ଗୋଟେ ସମୟରେ ଦଲଦଲି ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ସୂଚନା ପ୍ରଦାନ କରିଥିଲେ। ଖବର ପାଇବା ମାତ୍ରେ ପରିବାର ଲୋକେ ବାଟିବେଡ଼ା ଗ୍ରାମ ଠାରେ ପହଞ୍ଚି ଯାଇଥିଲେ। ରାତିରେ ହିଁ ତୁରନ୍ତ ପରିବାର ଲୋକେ ଓ କିଛି ଗ୍ରାମବାସୀ ସ୍କୁଲରେ ପହଞ୍ଚିଥିଲେ। ସକାଳ ୭ଟା ସମୟରେ ଜବ।ଙ୍କ ପିତା ରାମ ଶାନ୍ତ। ଓ କିଛି ଗ୍ରାମବାସୀ ଉମରକୋଟ ଥାନାରେ ପହଞ୍ଚି ଏତଲା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଗଛରୁ ତଳକୁ ଓହ୍ଲାଇ ଥିଲ। ତେବେ ପରିବାର ଲୋକେ ଆର୍ଥିକ କ୍ଷତି ପୂରଣ ଦାବି କରି ସ୍କୁଲ ଫାଟକ ସମ୍ମୁଖରେ ଶବକୁ ରଖି ଆର୍ଥିକ କ୍ଷତି ପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ଖବର ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକ।, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ଓ ନିବେଦିତା ବିଶ୍ୱାଳ, ଉମରକୋଟ ତହସିଲଦାର ମେଗବ।ନ ବାଗ, ଅତିରିକ୍ତ ତହସିଲଦାର ମୌସୁମୀ ସଜନ୍,ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ଶୁଭେନ୍ଦୁ ଶବର, ନବରଙ୍ଗପୁର ସାଇବର୍ ଥାନା ଆଇଆଇସି ବିପିନ କୁମାର ବାଘ ଓ ଉମରକୋଟ ଥାନା କର୍ମଚାରୀ ପ୍ରମୁଖ ପହଞ୍ଚି ପରିବାର ଲୋକଙ୍କୁ ଶବକୁ ବ୍ୟବଚ୍ଛେଦ ପାଇଁ ନେବା ପାଇଁ ଅନୁରୋଧ କରିଥିଲେ ହେଁ ପରିବାର ଲୋକେ କର୍ଣ୍ଣପାତ୍ କରି ନ ଥିଲେ। ବିଜେଡିର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, କୈଳାସ ନାୟକ, ଶୋଭା ମାଝୀ,କଂଗ୍ରେସର ଜିଲ୍ଲା ସଭାନେତ୍ରୀ ଲିପିକା ମାଝୀ, ସୋନାରାଜ ଗଣ୍ଡ, ଶଙ୍କର ଦେ ,କାଉନସିଲର ମୁନ। ପାଢ଼ୀ, ପର୍ସୁରାମ ନାୟକ,ଏସ.ବିଜୟ ପ୍ରମୁଖ ବାଟିବେଡ଼ା ଠାରେ ପହଞ୍ଚି ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରିଥିଲେ। ତେବେ ଗଣ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ପରିବାର ଲୋକେ ସରକାର ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ କିଛି ଆର୍ଥିକ ସହାୟତା ଗ୍ରହଣ କରିବା ପାଇଁ ରାଜି ହେବ। ପରେ ପରିବାର ଲୋକେ ଶବକୁ ଦିନ ପ୍ରାୟ ଗୋଟେ ସମୟରେ ଉମରକୋଟ ହସ୍ପିଟାଲ କୁ ନେଇଥିଲେ । ଆଲୋଚନା ସମୟରେ ସାଂସଦଙ୍କ ପ୍ରତିନିଧି ଭୋଜନାଥ ଗଣ୍ଡ ମଧ୍ୟ ଉପସ୍ଥିତ ଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ନିଜ ଗ୍ରାମକୁ ନେଇ ଥିଲେ। ରାମ ଶାନ୍ତାଙ୍କ ୪ ପୁଅ ଓ ଜଣେ ହିଁ ଝିଅ ଥିଲେ। ଝିଅ ପରିବାର ରେ ସାନ ଥିଲା ଓ ଜୁନ ୨୫ ତାରିଖ ଦିନ ପରିବାର ଲୋକେ ଝିଅକୁ ବାଟିବେଡ। ସ୍କୁଲରେ ନେଇ ଛାଡ଼ି କି ଆସିଥିଲେ। ଏକ ମାତ୍ର ଝିଅକୁ ହରାଇ ପରିବାର ସଂପୂଣ୍ଣ ଭାବେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଉମରକୋଟ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲାରେ କେସ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରି ଦେଇଛି ଓ ପୋଲିସ ସବ ଇନ୍ସପେକ୍ଟର ମନୀଷା ଲାକ୍ରା ଘଟଣା ର ତଦନ୍ତ ଦାୟିତ୍ୱ ଗ୍ରହଣ କରି ତଦନ୍ତ କରୁଛନ୍ତି। ତେବେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ନ ଥିବା ବେଳେ ପୋଲିସ ତଦନ୍ତ ପରେ ହିଁ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେଇପାରିବ ବୋଲି ଅନୁମାନ କରାଯାଉଛି।
