ଗଜପତି ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଗଜପତି ଜିଲ୍ଲା ବିକାଶର ନକ୍ସା ପୁସ୍ତକ ପ୍ରଦାନ

IMG-20250905-WA0013
Share

 

 

ପାରଳାଖେମୁଣ୍ଡି:୫/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଜପତି ନାଗରିକ ମଞ୍ଚ ପାରଳାଖେମୁଣ୍ଡି ପକ୍ଷରୁ ଗଜପତି ଜିଲ୍ଲାର ବିକାଶର ନକ୍ସା 2036 ପୁସ୍ତକ ଗଜପତି ଜିଲ୍ଲା ପାଳ ଶ୍ରୀମତୀ ମଧୁମିତାଙ୍କୁ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଗଜପତି ବିକାଶ ମଞ୍ଚର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଶ୍ୱିନୀ କୁମାର ପାଢ଼ୀ, ବିଚିତ୍ରା ନନ୍ଦ ବେବର୍ତ୍ତା, ଭାରତ ଭୂଷଣ ମହାନ୍ତି, ଗୌରହରି ପଟ୍ଟନାୟକ,ପ୍ରମୋଦ ଚନ୍ଦ୍ର ପାଢ଼ୀ, ଲୋକନାଥ ମିଶ୍ର, ଲିଙ୍ଗରାଜ ଦାଶ୍, ସଚ୍ଚିଦାନନ୍ଦ ସାମଲ,ଶଶୀ ଭୂଷଣ ପଟ୍ଟନାୟକ,ରେଣୁବାଳା ବେହେରା, ସୁରେଶ ବେହେରା,ସୁରେନ୍ଦ୍ର ରଥ, ସୁଶିଳ ପଣ୍ଡା, ଅରକ୍ଷିତ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଗଜପତି ଜିଲ୍ଲାର ବିକାଶର ନକ୍ସା 2036 ପ୍ରସ୍ତୁତି ତଥ୍ୟ ଭିତ୍ତିକ 80 ଗୋଟି ପ୍ରସ୍ତାବିତ ବିକାଶ ଯୋଜନାର ମୁଦ୍ରଣ ପୁସ୍ତକଟି ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହିତ ଜିଲ୍ଲାର ସମସ୍ତ ସରକାରୀ ମୁଖ୍ୟ ମାନଙ୍କୁ ମଧ୍ୟ ପ୍ରସ୍ତାବିତ ଯୋଜନାର ଫଳପ୍ରସୂ ନିମନ୍ତେ ପଦକ୍ଷେପ ପାଇଁ ଅନୁରୋଧ କରାଯାଇଛି। ଗଜପତିରୁ ବବେହେରା ।