June 22, 2026

ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳନ

IMG-20250905-WA0014
Share

 

 

ସୁରେନ୍ଦ୍ର କଠାର କଂ ରିପୋର୍ଟ

 

ଅଦ୍ୟତା.୦୫-୦୯-୨୦୨୫ରିଖ ଶୁକ୍ରବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ “ଗୁରୁ ଦିବସ” ପାଳିତ ହୋଇଯାଇଅଛି। ଏ ଅବସରରେ ମାନନୀୟ ଶ୍ରୀଯୁକ୍ତ କାଳିଚରଣ ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି ଶିଶୁ ମାନଙ୍କୁ ଗୁରୁ ଶିଷ୍ୟଙ୍କ ଉତ୍ତମ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ଓ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ସୁଶ୍ରୀ ହିମାଦ୍ରି ନାଗ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବକ୍ତବ୍ୟ ମାଧ୍ୟମରେ ଶିଶୁ ମାନଙ୍କୁ ଉତ୍ତମ ନାଗରିକ ହେବା ଉଦବୋଧନ ଦେଇଥିଲେ। ଶିଶୁ ଭଉଣୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିଲା।ଶିଶୁ ମାନେ ଗୁରୁ ପୂଜନ କରିଥିଲେ।କାର୍ଯ୍ୟକ୍ରମକୁ ସୁଶ୍ରୀ କୁନ୍ତୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପରିଶେଷରେ ସୁଶ୍ରୀ ରଶ୍ମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଗୁରୁମା ଗୁରୁଜୀ ସହଯୋଗ କରିଥିଲେ।