November 16, 2024

ବୁଗୁଡ଼ା ଠାକୁରାଣୀ ଯାତ୍ରା ଆରମ୍ଭ, ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜିଲେ ପଞ୍ଚ ଠାକୁରାଣୀ 

Share

 

ବୁଗୁଡ଼ା : ତା ୨୬/୦୪/୨୩ : ବହୁ ଅପେକ୍ଷିତ ସପ୍ତଦଶ ଦିବସୀୟ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ଯାଇଛି । ଆଜି ପୂର୍ବାହ୍ନରେ ଗୋପାଳ କୃଷ୍ଣ ଦାଶ ଓ କାହ୍ନୁ ଚରଣ ଖଟେଇଙ୍କ ନେତୃତ୍ତ୍ଵରେ ଏକ ଦଳ ଢୁଙ୍କାପଡା ଗ୍ରାମସ୍ଥ ମା ମାଉଁଦେଈଙ୍କ ଠାରୁ ଆଜ୍ଞାମାଳ ଆଣିଥିବା ବେଳେ ରଙ୍କନିଧି ପ୍ରଧାନଙ୍କ ନେତୃତ୍ତ୍ଵରେ ଗଠିତ ଦଳ ମା ବୁଢୀମା ଠାକୁରାଣୀ ଏବଂ ଅଭୟ ପ୍ରସାଦ ପାଣିଗ୍ରାହୀଙ୍କ ନେତୃତ୍ତ୍ଵରେ ମା ନାରାୟଣଙ୍କ ଠାରୁ ଆଜ୍ଞାମାଳ ଆଣିଥିଲେ । ସେହିପରି ମା ବ୍ଯାଘ୍ରଦେବୀଙ୍କ ଠାରୁ ପଞ୍ଚୁ ସ୍ବାଇଁ ଏବଂ ମା ମାଳିଝୋଳାଙ୍କ ଠାରୁ ଯୋଗେନ୍ଦ୍ର ସାହୁଙ୍କ ନେତୃତ୍ବରେ ଗଠିତ ଦଳ ଦ୍ୱାରା ଆଜ୍ଞାମାଳ ଅଣାଯାଇଥିଲା । ଉକ୍ତ ପାଞ୍ଚଟି ଦଳ ପଞ୍ଚ ଠାକୁରାଣୀଙ୍କ ଠାରୁ ଆଜ୍ଞାମାଳ ଘେନି ବୁଗୁଡ଼ାସ୍ଥିତ ମା ବ୍ଯାଘ୍ରଦେବୀଙ୍କ ମନ୍ଦିରରେ ଏକତ୍ରୀତ ହୋଇଥିଲେ । ସେଠାରେ ପଞ୍ଚ ଠାକୁରାଣୀଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ସାଙ୍ଗକୁ ସଙ୍କୁଡି ଭୋଗ ଆଦି ବିଧି ପାଳନ କରାଯାଇଥିଲା । ସନ୍ଧ୍ୟାରେ ସେଠାରୁ ପଞ୍ଚ ଠାକୁରାଣୀ ମିଳିତ ଭାବେ ଶଙ୍ଖ ଧ୍ବନି ଓ ବାଦ୍ଯ ବାଜଣା ସହ ବାଣ ପଟୁଆରରେ ବାହାରି ନଗର ପରିକ୍ରମା କରି ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ବିଜେ କରିଥିଲେ । ମା ପଞ୍ଚ ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଆସନ୍ତା କାଲି ବିଶ୍ରାମ ପରେ ୨୮ ତାରିଖରୁ ପଞ୍ଚ ଠାକୁରାଣୀ ନଗର ଭ୍ରମଣିରେ ବାହାରିବେ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି ।