ରାସ୍ତା ଅବସ୍ତା ଶୋଚନୀୟ
ରାସ୍ତା ଅବସ୍ତା ଶୋଚନୀୟ | ରାସ୍ତାରେ ବସ ସାଇକେଲ ପାସ କରିବା କଷ୍ଟ | ଗତକାଲି ସେହି ରାସ୍ତାରେ ଏକ ବସ ଦୁର୍ଘଟଣା ଘଟି ଗଳି ପଡି ଥିବା ବେଳେ ଆଜି ପାଟପୁର ଚାନ୍ଦପୁର ରାସ୍ତାକୁ ସ୍ତାନୀୟ ଲୋକେ ଅବରୋଧ କରିଛନ୍ତି | ଦୀର୍ଘ ଦିନ ହେବ ରାସ୍ତାକୁ ସଫା କରା ଯାଉନାହିଁ କିମ୍ବା ଏହି ରାସ୍ତାକୁ ଜବର ଦଖଲକାରୀଙ୍କ ଠାରୁ ମୁକ୍ତ କରାଯାଉନାହିଁ | ଯାହାଫଳରେ ଅନେକ ସମୟରେ ସ୍କୁଲରୁ ଯାଉଥିବା ଛୋଟ ଛୋଟ ପିଲାମାନେ ଦୁର୍ଘଟଣାର ଶିକାର ହେଉଛନ୍ତି | ଆଜି ସ୍ତାନୀୟ କରତୁଠା ଗ୍ରାମର ଲୋକମାନେ ରାସ୍ତା ଅବରୋଧ କରିବା ସହ ଗାଡି ମୋଟର ଅଟକାଇ ପ୍ରତିବାଦ କରିଥିବା ବେଳେ ମୁଁ ଟେଲିଫୋନ ଯୋଗେ ପ୍ରଶାସନଙ୍କ ସହିତ କଥା ହୋଇଛି ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପାଟପୁର ସମିତି ସଭ୍ୟ ସ୍ଥାନୀୟ ଲୋକଙ୍କୁ କହିବାରୁ ରାସ୍ତା ଅବରୋଧ ହଟିଥିଲା। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )
