ଭନସୁଲି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଶିବିର ରାସ୍ତା ଘାଟର ଅବ୍ୟବସ୍ଥା କୁ ନେଇ ଜନ ଅସନ୍ତୋଷ.

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଭନସୁଲି ପଞ୍ଚାୟତ କାର୍ଯାଳୟ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି. ବାର ଗୋଟି ଗୋଷ୍ଠୀଗତ ଓ ଗୋଟିଏ ମାତ୍ର ବ୍ୟକ୍ତି ଗତ ମୋଟ ତେର ଗୋଟି ଅଭିଯୋଗ ଶୁଣାଣି ହୋଇଥିବା ର ଜିପିଓ କେଦାର ନାଥ ଅଟକା ସୂଚନା ଦେଇଛନ୍ତି.ଏହି ଶିବିର ରେ ସରପଞ୍ଚ ପୂର୍ଣ୍ଣ ପୂଜାରୀ. ବିଡ଼ିଓ ସନ୍ଧ୍ୟା ସମରଥ. ପିଇଓ ଜ୍ୟୋତି କନ୍ଦ ପାନ.ଏଡିଓ ଅର୍ଜୁନ ମାଝୀ.ରାସ୍ତା ଓ ଗୃହନିର୍ମାଣ ବିଭାଗ ର ଯନ୍ତ୍ରୀ ବିପିନ ଟାକରି. ସୁରେନ୍ଦ୍ର ସାହୁ. ନନ୍ଦ କିଶୋର ଷଡ଼ଙ୍ଗୀ. ସମୟ ମାରାଣ୍ଡି.ପେନଶନ ବିଭାଗ ରୁ ମମତା ଭତରା.ସୁପର ଭାଇଜର ମନୋଜ ଭତରା ପ୍ରମୁଖ ଉପସ୍ଥିତ ଥିଲେ.ଜଣେ ଏଇଇ ପାଞ୍ଚ ବର୍ଷ ହେବ କୋଟପାଡ଼ ବ୍ଲକ ରେ ଅଛନ୍ତି ବଦଳି ହେଲେ ରିଲିଭ କରାଯାଉ ନାହିଁ. ଯେଉଁ ଯନ୍ତ୍ରୀ ଭନସୁଲି ପଞ୍ଚାୟତ ଦାଇତ୍ୱ ରେ ଦୁଇ ବର୍ଷ କାମ କରୁ ଥିଲେ ତାଙ୍କୁ ଏଇ ଭାବରେ ପଦ ଉନ୍ନତି ଦେଇ ବ୍ଲକରେ ଥଇଥାନ କରାଗଲା ଏହି ଦୁଇ ଜଣଙ୍କୁ ଛାଡି ଚାରିଜଣ ଯନ୍ତ୍ରୀ ଅଛନ୍ତି ମୋଟା ମୋଟି ଭାବରେ ଛଅ ଜଣ ଯନ୍ତ୍ରୀ ବିଭାଗରେ ଅଛନ୍ତି କିନ୍ତୁ ଆମ ଭନସୁଲି ସମେତ ସୋହଳ ଗୋଟି ପଞ୍ଚୟତ ର ଅସୀ ଭାଗ ରାସ୍ତାର ଅବସ୍ଥା ଶୋଚନିୟ ହୋଇପଡିଛି ବୋଲି ପ୍ରତି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ରେ ଅଭିଯୋଗ ହଇ ଆସୁଛି I କିନ୍ତୁ ସମସ୍ୟା ସୁଧାର ଆସୁନାହିଁ ବୋଲି ଅଞ୍ଚଳ ବାସି ଗଣ ମାଧ୍ୟମ କୁ ସୂଚନା ଦେଇ ଥିବା ଜଣା ଯାଇଛି. ଏ ସମ୍ପର୍କ ରେ ସରପଞ୍ଚ ଶ୍ରୀ ପୂଜାରୀ ଙ୍କୁ ଯୋଗାଯୋଗ କରିବାରୁ ଭନସୁଲି ଠାରୁ ସେମଳା ଦୁଇ ଦିନ ମଧ୍ୟ ରେ ମରମ ରାସ୍ତା ହେବ ଏବଂ ଦଶହରା ପରେ ଆରଡି ବିଭାଗ ରୁ ଟେଣ୍ଡେର ସରିଛି ପିଚୁ ରାସ୍ତା ହେବ ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
