April 25, 2026

ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

IMG-20250818-WA0295
Share

ରାୟଗଡ / ଚନ୍ଦ୍ରପୁର ୧୮/୦୮/୨୦୨୫ ତାରିଖ ଦିନ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚନ୍ଦ୍ରପୁର ବ୍ଲକସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରୋକ୍ଷୀ ଅଧିକ୍ଷକ ଏସ ସ୍ୱାତୀ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ତ୍ୟ ଅଧିକାରୀ ଡାକ୍ତର ଵି ସରୋଜିନୀ ଦେବୀ, ଚନ୍ଦ୍ରପୁର ସମିତି ଅଧ୍ୟକ୍ଷ ଶ୍ରୀ କୟାନ କିମ୍ଵାକା,ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ସୌମ୍ୟ କାନ୍ତ ବାଙ୍ଗଳା, ତହସିଲଦାର ସୁନୀଲ କୁମାର ପ୍ରଧାନ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l

ଆଜି ମୋଟ ୩୯ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ l

ସେଥି ମଧ୍ୟରୁ୨୧ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୮ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ବିଶେଷ କରି ଆବାସ ଯୋଜନାରେ ଘର, ସ୍ବାସ୍ଥ୍ୟଗତ ସମସ୍ୟା, ଜମାଜମା, ପାରିବାରିକ ସମସ୍ୟା ,ଜଳସେଚନ, ଭତ୍ତା, ରାସ୍ତା ନିର୍ମାଣ, ଅଙ୍ଗନବାଡି ଗୃହ ନିର୍ମାଣ ସହ ଅନ୍ୟାନ୍ୟ ସମସ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏହି ଅଭିଯୋଗ ଶିବିରରେ ୫ଜଣକୁ ୫୧ହଜାର ଟଙ୍କା ରେଡ଼କ୍ରସରୁ ଜିଲ୍ଲାପାଳ ସହାୟତା ପ୍ରଦାନ କରିଥିଲେ l, ଏହି ଶିବିରରେ ଜିଲ୍ଲା ସ୍ତରିୟ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଓଡିଶା ଜୀବିକା ମିଶନ ମହିଳା ମାନଙ୍କ ନିମନ୍ତେ ମୁଢି ମିଲ ଉଧଘାଟନ କରିଥିବା ବେଳେ ଉଦ୍ୟାନ ବିଭାଗ ତରଫରୁ ଚାରା ବଣ୍ଟନ କରିଥିଲେ l

ରାୟଗଡା ରୁ ରାବିରାଜ ବୈଦ୍ୟ ଙ୍କ ରିପୋର୍ଟ