ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ବ୍ଲକର ଗାଙ୍ଗପୁର ଗ୍ରାମପଞ୍ଚାୟତର ଗାଙ୍ଗପୁର ଗ୍ରାମରେ ଥିବା ବିବେକାନନ୍ଦ ଶିଶୁ ଶିକ୍ଷା
ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ବ୍ଲକର ଗାଙ୍ଗପୁର ଗ୍ରାମପଞ୍ଚାୟତର ଗାଙ୍ଗପୁର ଗ୍ରାମରେ ଥିବା ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ୩୦ ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ଛାତ୍ରଛାତ୍ରୀମାନେ ଚରିତ୍ରବାନ ହେବା ସହ ସମାଜରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଲେ |
ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଶାରୀରିକ ମାନସିକ,ଆଧ୍ୟାତ୍ମିକ, ସଂସ୍କୃତିକ ବିକାଶ କରିବା ସହ ଗୁଣାତ୍ମକ ଶିକ୍ଷା ସଂସ୍କାର ଆଣିଥାଏ | ନୀତି ଆଧାରିତ ସଂସ୍କାର ପାଇଥିବା ଛାତ୍ରଛାତ୍ରୀମାନେ ପାହାଚ ପରେ ପାହାଚ ମାଡି ଚାଲିଥାନ୍ତି | ଶିକ୍ଷାର ମୂଳଦୁଆ ସଶକ୍ତ ହେଲେ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହେବେ | ଆଉ ଏହି ମେଧାବୀ ଛାତ୍ରଛାତ୍ରୀମାନେ ବିକଶିତ ଓଡିଶା ଏବଂ ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ |ସୋରଡ଼ାରୁ ସଞ୍ଜୟ କୁମାର ସେଠିଙ୍କ ରିପୋର୍ଟ
