May 14, 2026

ଶିକ୍ଷକ ପଦବୀ ପୂରଣ ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

IMG-20250806-WA0030
Share

ଅନୁଗୋଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଦାବିରେ ଆଜି ଶତାଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକଗଣ ବିଦ୍ୟାଳୟ ସମ୍ମୁଖରେ ବସି ଧାରଣା ଦେଇଥିଲେ ।ମୁଖ୍ୟତଃ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଜଣେ ହିନ୍ଦୀ ଶିକ୍ଷକ ଆବଶ୍ୟକ ଥିବାବେଳେ ଏ ନେଇ ବିଭିନ ସମୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ।ମାତ୍ର ଗ୍ରାମବାସୀ ଓ ଅଭିଭାବକଙ୍କ ନିବେଦନ ପରେ ଜଣେ ଶିକ୍ଷୟତ୍ରିଙ୍କୁ ଡେପୁଟେସନରେ ତିନି ଦିନ ପାଇଁ ପଢ଼ାଇବା ପାଇଁ ନିର୍ଦେଶ ଦେଇଥିଲେ ଜିଲ୍ଲା ଶିକ୍ଷାଧିକାରୀ ।ମାତ୍ର ଜଣେ ସ୍ଥାୟୀ ହିନ୍ଦୀ ଶିକ୍ଷକ ସହ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ଶିକ୍ଷାଦାନ ପାଇଁ ଅଵଶ୍ୟକୀୟ ଶିକ୍ଷକ ପଦଵୀ ପୂରଣ ପାଇଁ ଦାବି କରି ଅଭିବିଭାବକ ଓ ଛାତ୍ରଛାତ୍ରୀ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ ।ଘଟଣା ବିଷୟରେ ଖବର ବରିଷ୍ଠ ଶିକ୍ଷାଧିକାରୀ ବିଦ୍ୟାଳୟରେ ପହଁଚି ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରୁ ନିବୃତ କରିବା ସହ ସମସ୍ୟାର ସମାଧାନ ନିମନ୍ତେ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ।

 

ଅନୁଗୋଳ ରୁ ଅଜିତ୍ କୁମାର ଭୋଇ