ପବିତ୍ର ଝୁଲଣ ଉତ୍ସବରେ ସଙ୍ଗଶ୍ରୀ ଫାଉଣ୍ଡେସନ ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ସଫେଇ କରାଯାଇଛି ..

ପବିତ୍ର ଝୁଲଣ ଯାତ୍ରା ଉପଲକ୍ଷେ ପୁରୀଜିଲ୍ଲା ଉତ୍ସବମୁଖର ଥିବାବେଳେ ପରିବେଶ ସୁରକ୍ଷାକୁ ଆଖିଆଗରେ ରଖି ପୁରୀଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସଙ୍ଗଶ୍ରୀ ଫାଉଣ୍ଡେସନ ପକ୍ଷରୁ ଆଜି ପୁରୀ କୋଣାର୍କ ମେରାଇନଡ୍ରାଇଭ ରୋଡ଼ ରେ ଥିବା ବାବା ପଞ୍ଚମୁଖୀ ହନୁମାନ ମନ୍ଦିର ପରିସର ସଫେଇ କରିବା ସହିତ ବାବାଙ୍କ ପୀଠରେ ପ୍ରସାଦ ସେବନ କରି ଏକ ବନ୍ଧୁମିଳନ ଉତ୍ସବ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସଭାନେତ୍ରୀ ଅରୁଣିମା ନନ୍ଦଙ୍କ ଅଧକ୍ଷତା ରେ ସମ୍ପାଦିକା ପଦ୍ମିନୀ ବେହେରା, ସଂଯୋଜିକା ବିଚିତ୍ରା ମିଶ୍ରଙ୍କ ସହିତ ଗାୟତ୍ରୀ ଜେନା, ଲଲିତା ମହାନ୍ତି, ସସ୍ମିତା ଶତପଥୀ, ଆରାଧନା, ମମତା, ଛବିରାଣୀ, ମାମି, ସୁବାସିନୀ, ବୁଦ୍ଧିମତୀ ଓ ଅନୁଷ୍ଠାନର ସମସ୍ତ ସଦସ୍ୟାମାନେ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
