ସୋରଡ଼ା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ନବନିର୍ମିତ “ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ର ଶୁଭଉଦ୍ଘାଟନ
ସୋରଡ଼ା ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ନବନିର୍ମିତ “ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ର ଶୁଭଉଦ୍ଘାଟନ କଲେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ |
“ଆରୋଗ୍ୟଂ ପରମଂ ଧନଂ” – ସ୍ୱାସ୍ଥ୍ୟ ହେଉଛି ସର୍ବୋଚ୍ଚ ଧନ | ସ୍ୱାସ୍ଥ୍ୟ ଏକ ମୌଳିକ ଅଧିକାର ତେଣୁ ଏହି ଆଧୁନିକ ଓ ସୁସଜ୍ଜିତ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ସୋରଡ଼ା ଅଞ୍ଚଳ ଓ ତାହାର ଆଖପାଖ ଗ୍ରାମର ଲୋକ ଅତି ନିକଟରେ ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା ପାଇପାରିବେ | ଏହି ଆରୋଗ୍ୟ ମନ୍ଦିର ଲୋକ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ରେ ସହଯୋଗ କରିବ |
ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରର ପ୍ରତିଷ୍ଠା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ‘ସୁସ୍ଥ ଭାରତ’ର ପରିକଳ୍ପନାକୁ ଗତି ଦେବା ସହ ଜନସାଧାରଣଙ୍କୁ ଆଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ |ସୋରଡ଼ା ରୁ ସଞ୍ଜୟ କୁମାର ସେଠି ଙ୍କ ରିପୋର୍ଟ
