ରାତି ତିନିଟାରେ ହୋଟେଲରେ ପଶି ହୋଟେଲ ମ୍ୟାନେଜରଙ୍କୁ ମାଡମାରିଲେ ଦୁଇ ଅସାମାଜିକ ଯୁବକ , ଦୁଇ ଯୁବକଙ୍କୁ ଟେକିନେଲା ପୁରୀ ପୋଲିସ ..

ପୁରୀ ସହର କେବଳ ତୀର୍ଥକ୍ଷେତ୍ର ନୁହେଁ ତୀର୍ଥକ୍ଷେତ୍ର ସହିତ ପର୍ଯ୍ୟଟନ କ୍ଷେତ୍ର l ପୁରୀ ସହର ସାରା ବିଶ୍ୱରେ ଶାନ୍ତିର ସହର ଭାବେ ପରିଚିତ କିନ୍ତୁ ଏବେ ବେଳକୁ ବେଳ ପୁରୀ ସହର ଅଶାନ୍ତ ସହର ହେବାକୁ ଯାଉଛି ଳ ପ୍ରତିଦିନ ପୁରୀରେ ମାଡପିଟ ଗୁଣ୍ଡାଗର୍ଦି ବଢିବାଦ୍ୱାରା ଅଶାନ୍ତ ହୋଇପଡିଛି ପୁରୀ ସହର, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ପୁରୀକୁ ଆସିଲେ ନିଜକୁ ସୁରକ୍ଷିତ ମାନୁନାହାନ୍ତି l ସେମାନଙ୍କ ମନରେ ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି ଆଜି ଭୋର ତିନିଟାରେ ଚକ୍ରତୀର୍ଥ ରୋଡ଼ହୋଟେଲ ଲିଓ କାଷ୍ଟେଲ ରେ ଘଟିଥିବା ଘଟଣା ହୋଟେଲ ର ରାତ୍ରି ମ୍ୟାନେଜରଙ୍କୁ ଦୁର୍ବୁତ୍ତଙ୍କ ମାଡମରା ଘଟଣା l
ଆସନ୍ତୁ ଯିବା ପୁରା ଘଟଣା ଉପରକୁ, ହୋଟେଲ ଲିଓ କାଷ୍ଟେଲ ର ରାତ୍ରି ରେ ମ୍ୟାନେଜର ଭାବେ ଡିଉଟି କରୁଥିବା ତ୍ରିଲୋଚନ ବାରିକଙ୍କ କହିବାନୁସାରେ ଗତକାଲି ରାତି ଗୋଟାଏରେ ତାଙ୍କ ହୋଟେଲ ମାଲିକ ଶ୍ରୀଯୁକ୍ତ ନନ୍ଦକିଶୋର ଭ୍ରମରବର ରାୟ ନିଜ ବନ୍ଧୁଙ୍କ ସହିତ ଭୁବନେଶ୍ୱର ରୁ ଫେରୁଥିବା ସମୟରେ ଦୁଇ ଦୁର୍ବୁତ୍ତ ଭିଆଇପି ରୋଡ଼ ସ୍ଥିତ ଅନନ୍ୟା ରିସର୍ଟ ଠାରୁ ଅସଭ୍ୟ ଭାଷାରେ ଗାଳି କରିକରି ବାଇକରେ ତାଙ୍କ ମାଲିକଙ୍କ କାରକୁ ପିଛା କରି ଚକ୍ରତୀର୍ଥ ରୋଡ଼ ଲିଓ କାଷ୍ଟେଲ ହୋଟେଲ ପର୍ଯ୍ୟନ୍ତ ଆସି ଗାଳି କରିଥିଲେ l ତ୍ରିଲୋଚନଙ୍କୁ ତାଙ୍କ ମାଲିକ କହିବାନୁସାରେ ରାତ୍ରିକାଳୀନ ଡିଉଟିରେ ଥିବା PCR କୁ ଫୋନ କରିଥିଲେ l ପୋଲିସ ଆସି ପହଞ୍ଚିବାରୁ ସେଠାରୁ ଦୁର୍ବୁତ୍ତ ମାନେ ଚାଲିଯାଇଥିଲେ l ତ୍ରିଲୋଚନଙ୍କ କହିବାନୁସାରେ ଦୁର୍ବୁତ୍ତମାନେ ଗଲାପରେ ହୋଟେଲ ରେ ରାତ୍ରି ଡିଉଟି କରୁଥିବା ସମସ୍ତ ଷ୍ଟାପ ବିଶେଷକରି ରାତିରେ ଚୋରି ହେଉଥିବାରୁ ପ୍ରତି ଅଧଘଣ୍ଟା ରେ ହୋଟେଲର ଚତୁଃପାର୍ଶ୍ଵ ବୁଲି ଦେଖିଥାନ୍ତି l ସେହିଭଳି ଆଜି ଭୋର ତିନିଟାରେ ଷ୍ଟାପମାନେ ହୋଟେଲ ଚାରିପଟେ ବୁଲି ଦେଖୁଥିବା ବେଳେ ଦୁଇଜଣ ଦୁର୍ବୁତ୍ତ ପୁନର୍ବାର ଲିଓ କାଷ୍ଟେଲ ହୋଟେଲ ଭିତରେ ପଶି ମ୍ୟାନେଜର ତ୍ରିଲୋଚନକୁ ଅତର୍କିତ ଆକ୍ରମଣ କରିବା ସହିତ ଅସଭ୍ୟ ଭାଷାରେ ଗାଳିକରି ତୁ ସେତେବେଳେ ପୋଲିସ କୁ କଲ କରିଥିଲୁ ଡାକ ଟୋ ମାଲିକକୁ କହି ଅତର୍କିତ ଆକ୍ରମଣ କରିବା ସହିତ ଅନ୍ୟ ଷ୍ଟାପ ମାନଙ୍କୁ ମଧ୍ୟ ମାରପିଟ କରିଥିଲେ l ସେମାନେ ଅତ୍ୟଧିକ ମଦ୍ୟପାନ କରିଥିଲେ ବୋଲି ତ୍ରିଲୋଚନ ଗଣମାଧ୍ୟମକୁ ଜଣାଇଛନ୍ତି l ଅତର୍କିତ ଆକ୍ରମଣ ର ଶିକାର ହୋଇ ମଧ୍ୟ ତ୍ରିଲୋଚନ କୌଶଳକ୍ରମେ PCR କୁ କଲ କରିଥିଲେ l ପୁରୀ ସିବିଚ ଥାନାର ପୋଲିସ ମାନେ ଆସି ଦୁଇ ଦୁର୍ବୁତ୍ତଙ୍କୁ କାବୁ କରିବା ସହିତ ତାଙ୍କ ବାଇକଟିକୁ ଜବତ କରିଛନ୍ତି l ଆଜି ଭୋରରୁ ତ୍ରିଲୋଚନଙ୍କ ସହିତ ମାଡଖାଇଥିବା ଷ୍ଟାପ ଟିକନ, ରାଜେଶ ଓ ସର୍ବେଶ୍ୱର ମିଶି ପୁରୀ ସିବିଚ ଥାନାରେ ଅଭିଯୋଗ କରିଛନ୍ତି l ବିଶେଷ ସୂତ୍ରରୁ ଜଣାପଡିଛି ଯେ ଆସାମୀ ଦୁହିଁଙ୍କ ମଧ୍ୟରୁ ଜଣେ ଦୋଳମଣ୍ଡପ ସାହିର ବଳଭଦ୍ରଙ୍କ ରଥର ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ରଙ୍କ ପୁତ୍ର ଜଗଦିଶ ଦାସମହାପାତ୍ର ଏବଂ ଅନ୍ୟଜଣେ ତଳମାଳିସାହିର ବୋଲି ଜଣାପଡିଛି l ହୋଟେଲ ମାଲିକଙ୍କ କହିବାନୁସାରେ ଯେଉଁ ସହରରେ ହୋଟେଲ ଷ୍ଟାପମାନେ ସୁରକ୍ଷିତ ନୁହେଁ ସେ ସହରରେ ପର୍ଯ୍ୟଟକ ଏବଂ ନିଜକୁ କିଭଳି ସୁରକ୍ଷିତ ମଣିବେ ଏହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଏହି ଦୃଶ୍ୟକୁ ଦେଖିଥିବା ପାଖ ହୋଟେଲ ଗୁଡିକର ପର୍ଯ୍ୟଟକ ମାନେ ଭୟଭୀତ ଥିବାର ଶୁଣିବାକୁ ମିଳିଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
