ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର  ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅ, ସାହସୀ ହୁଅ 

IMG-20250713-WA0006
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ରବିବାର ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପ୍ରେକ୍ଷାଳୟରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିରର ଦ୍ୱାଦଶତମ ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ସାହସ ଉପରେ ଆଲୋକପାତ କରି ହରିନାରାୟଣ ପଣ୍ଡା ଜୀବନ ରେ ସାହସୀ ହେବାକୁ ପିଲାଙ୍କୁ ଉଦବୋଧନ ଦେବା ସହ ଶାରୀରିକ,ମାନସିକ ଓ ଆଧ୍ୟାତ୍ମିକ ସାହସ ଉପରେ ଆଲୋଚନା କରିଥିଲେ।

ଦ୍ଵିତୀୟ ଅଧିବେଶନ ରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଉପରେ ଆଲୋଚନା ଆରମ୍ଭ କରି ଭୀମସାର ର ଶରୀର ତତ୍ତ୍ୱ ବିଭାଗ ର ସହଯୋଗୀ ପ୍ରଫେସର ଡାକ୍ତର ସତରୁପା ଦାଶ ପିଲାଙ୍କୁ ବାଳ, ନଖ ଓ ମୁହଁ ,ଚର୍ମ ଓ ଆଖି ର ବିଶେଷ ଯତ୍ନ ଓ କାର୍ଯ୍ୟକାରିତା ଉପରେ ଵିଭିନ୍ନ ଉଦାହରଣ ସହ ବୁଝେଇବା ସହ ଇଅର ଫୋନ୍, ମୋବାଇଲ ଓ ଦୂଷିତ ପରିବେଶ ଟଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ସତର୍କ କରେଇ ମାନସିକ ସୁସ୍ଥତା ପାଇଁ ଯୋଗ ଓ ପ୍ରଣାୟମ ଓ ସୂର୍ଯ୍ୟ ନମସ୍କାର ଇତ୍ୟାଦି ଅଭ୍ୟାସ କରି ମାନସିକ ସ୍ଥିତି ଓ ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ବୁଝେଇଥିଲେ। କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ଆରମ୍ଭରୁ ପିଲାଙ୍କୁ ମୌଳିକ ଇଂରାଜୀ ଶିକ୍ଷାପ୍ରଦାନ ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଆଜିର କାର୍ଯ୍ୟକ୍ରମରେ ସମ୍ପାଦକ ରଘୁନାଥ ମିଶ୍ର, ପ୍ରଫେସର ଶଙ୍କର ପ୍ରସାଦ ପତି, ଅର୍ଜୁନ ରଞ୍ଜନ ପଣ୍ଡା,ଇ.ସୁଶାନ୍ତ ଗୁରୁ ,ଉଦିତ ଚନ୍ଦ୍ର ପାଟଯୋଶୀ ,ଅଶୋକ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ବିଜୟ ସାହୁ ବୈଷୟିକ ସହାୟତା ଦେଇଥିଲେ।ଏଥିରେ ୧୮ ଟି ବିଦ୍ୟାଳୟର ୪୫ ଜନ ଶିବିରାର୍ଥୀ ଅଂଶଗ୍ରହଣ କରିଥିଲେ।

You may have missed