ସମିତିସଭ୍ୟଙ୍କ ପ୍ରଚେଷ୍ଟାରେ ହିର୍ଲିପାଲି କେନାଲପଡାରେ ନୂତନ ନଳକୂପ ଖନନ କରାଗଲା
ସୁରେନ୍ଦ୍ର କଠାର(ବରଗଡ)
ବରଗଡ ଜିଲା ଅତାବିରା ବ୍ଲକ ଅଧିନ ହିର୍ଲିପାଲି କେନାଲ ପଡାରେ ପାନୀୟ ଜଳ ସମସ୍ୟା ଲାଗିରହିଥିଲା ଯାହା ଫଳରେ ପଡାବାସୀ ଉକ୍ତ ପଡାରେ ଏକ ନୂତନ ନଳକୂପ ଖନନ କରିବା ପାଇଁ ସମିଚି ସଭ୍ୟ ବିଦ୍ୟାଧର ପ୍ରଧାନକୁ ଜଣାଇଥିଲେ |ସମିତିସଭ୍ୟ ଉକ୍ତ ସମସ୍ୟାକୁ ବୁଝିପାରି ନୂତନ ନଳକୂପ ଖନନ କରିବା ପାଇଁ ବିଧାୟକକୁଂ ଦାବୀ ଜଣାଇଥିଲେ |ଯାହା ଫଳରେ ଆଜି ରବିବାର ସକାଳ ୧୦ଟାରେ ପ୍ରଶାସନ ତରଫରୁ ଉକ୍ତ ପଡାରେ ନୂତନ ନଳକୂପ ଖନନ କରାଯାଇଛି |ନୂତନ ନଳକୂପ ଖନନ କରିଥିବାରୁ ପଡାବାସୀ ସମିତିସଭ୍ୟ ବିଦ୍ୟାଧର ପ୍ରଧାନକୁ ପ୍ରଶଂସା କରୁଛନ୍ତି |
