June 12, 2026

ବିଶ୍ୱନାଥ ସାହୁଙ୍କ ଜନ୍ମ ଶତବାର୍ଷିକୀ ସ୍ମାରକୀ ବକ୍ତୃତା ଦେଶରେ କୃଷକମାନେ ବାସ୍ତବ ମେରୁଦଣ୍ଡ: ପି. ସାଇନାଥ

IMG-20250713-WA0014
Share

 

ବ୍ରହ୍ମପୁର, ୧୨ା୭ : ଦେଶରେ କୃଷକମାନେ ଆଜି ସର୍ବାଧିକ ବିପନ୍ନ ଅବସ୍ଥାରେ ରହିଛନ୍ତି । କୃଷକମାନେ ଅନ୍ନଦାତା ହୋଇଥିବାବେଳେ ସେମାନଙ୍କ ପ୍ରତି ସର୍ବାଧିକ ଅସମାନତା ବ୍ୟବହାର କରାଯାଉଛି ବୋଲି ଭାରତର ପ୍ରସିଦ୍ଧ ସାମ୍ବାଦିକ ତଥା କୃଷି ବିଶେଷଜ୍ଞ ପି.ସାଇନାଥ ମତପ୍ରକାଶ କରୁଛନ୍ତି । ସେ ଆହୁରି କହିଥିଲେ ଯେ ଓଡ଼ିଶାରେ ମଧ୍ୟ କୃଷକ ତାର ଉତ୍ପନ୍ନ ସାମଗ୍ରୀ ବା ଫସଲର ଉଚିତ ମୂଲ୍ୟ ପାଇପାରୁ ନାହିଁ । ଓଡ଼ିଶାକୁ କୃଷକମାନଙ୍କ ରାଜ୍ୟ କୁହାଯାଉଥିବା ବେଳେ ଚାଷୀର ଜମିକୁ ପାଣି ଆସିବା ଦୁରୂପ ହୋଇପଡ଼ିଲାଣି । ବିଭିନ୍ନ ନଦୀର ପାଣିକୁ କମ୍ପରାନୀମାନଙ୍କୁ ଦେବା ସକାଶେ ବାସ୍ତବରେ ସରକାରମାନେ ବିଗତ ଅନେକ ଦଶନ୍ଧି ହେବ ପ୍ରୟାସ କରୁଛନ୍ତି , ଯାହାକି କୃଷକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ ।

ଆଜି ପୂର୍ବତନ ବିଧାୟକ ତଥା କୃଷକନେତା ବିଶ୍ୱନାଥ ସାହୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କରି ନାମରେ କମିଟି ଦ୍ୱାରା ଆୟୋଜିତ ସ୍ମାରକୀ ବକ୍ତୃତା ପ୍ରଦାନ ଅବସରରେ

ଶ୍ରୀ ସାଇନାଥ କହିଥିଲେ ଯେ ଦେଶରେ କୃଷି ଆଜି ବହୁଦେଶୀୟ କମ୍ପାନୀମାନଙ୍କ ଦ୍ୱାରା ଶ୍ୱାସରୁଦ୍ଧ ହେବାରେ ଚାଲିଛି । ଏଥିନେଇ ସେ ଘୋର ଉଦବେଗ ପ୍ରକାଶ କରିଥିଲେ । ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ କମିଟି ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମାରକୀ ବକ୍ତୃତା ଅବସରରେ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରଥମେ କମିଟି ଦ୍ୱାରା ପ୍ରକାଶିତ ‘ବିଶ୍ୱାସର ସାଥୀ ବିଶ୍ୱନାଥ‘ ସ୍ମରଣିକା ଏବଂ ଦିଗପହଣ୍ଡିର ଶତବାର୍ଷିକୀ କମିଟି ଦ୍ୱାରା ପ୍ରକାଶିତ ‘ସ୍ମୃତିରେ’ ପୁସ୍ତିକାକୁ ଅତିଥିମାନେ ଲୋକର୍ପାଣ କରିଥିଲେ । ବରିଷ୍ଠ ଆଇନଜୀବୀ ଭଗବାନ ସାହୁଙ୍କ ସ୍ୱାଗତ ସମ୍ଭାଷଣ ପରେ ପରେ ବରିଷ୍ଠ ସିପିଏମ୍ ନେତା ଅଳିକିଶୋର ପଟ୍ଟନାୟକ, ସିପିଆଇ ରାଜ୍ୟ ସମ୍ପାଦକ ଆଶୀଷ କାନୁନଗୋ, ପୂର୍ବତନ ବିଧାୟକ ଡାକ୍ତର ତି୍ରିନାଥ ବେହେରା, କମିଟି ସମ୍ପାଦକ ତଥା ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ଼ି, ଫରୱାଡ଼ ବ୍ଳକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର, ସିପିଆଇ ଗଂଜାମ ଜିଲ୍ଳା ସମ୍ପାଦକ ପ୍ରକାଶ ପାତ୍ର, ସିପିଆଇ ଏମଏଲ୍ ଜିଲ୍ଳା ସମ୍ପାଦକ ନିରାକାର ନାୟକ, ବିଶ୍ୱନାଥ ସାହୁଙ୍କ ସୁପୁତ୍ରୀ ବୀଣାପାଣି ସାହୁ ପ୍ରମୁଖ ସ୍ମୃତିଚାରଣ କରିବା ସହ ସାଥୀ ବିଶ୍ୱନାଥ ସାହୁଙ୍କର କୃଷକମାନଙ୍କ ବିକାଶ ଓ ସେମାନଙ୍କ ସମସ୍ୟା ନିରାକରଣ ଲାଗି ସଦା ବ୍ରତୀ ପ୍ରତି ଥିବା, ଶିକ୍ଷାର ଉନ୍ନତିବିଧାନ ଲାଗି ଜୀବନବ୍ୟାପୀ ଆପ୍ରାଣ ଉଦ୍ୟମ ଇତ୍ୟାଦି ଏବି ବିଧାନସଭାରେ ତାଙ୍କର ଓଜସ୍ୱିନୀ ବକ୍ତୃତାର ଉଦାହରଣ ପ୍ରଦାନ କରିଥିଲେ ।

ଜନ୍ମ ଶତବାର୍ଷିକୀ କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଧନ୍ୟବାଦ ଅର୍ପଣ କରିଥିଲେ ।