July 27, 2026

ଜଳନିଷ୍କାସନ ବ୍ୟବସ୍ଥା ପାଇଁ ତହସିଲ ଘେରିଲେ ଗ୍ରାମବାସୀ ..

IMG-20260727-WA0065
Share

 

 

ହାଟଡିହି – ୨୭ /୭ (ମନମୋହନ ନାୟକ)ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ସଡ଼ଙ୍ଗା ଗ୍ରାମର ନୂଆସାହିରେ ଆଜକୁ ୧୦ଦିନ ହେବ ୧୫ରୁ ଉର୍ଦ୍ଧ ପରିବାର ପାଣି ଘେରରେ ରହିଥିବା ବେଳେ ଛାତ୍ରଛାତ୍ରୀ ମାନେ ସ୍କୁଲ କି ଅଙ୍ଗନବାଡି ଯାଇ ପାରୁ ନାହାନ୍ତି। ଏପରିକି ସାହି ଭିତରକୁ ଆମ୍ବୁଲାନ୍ସ ଟିଏ ମଧ୍ୟ ଯାଇ ପାରୁନି। ସାହିରେ ତିନି ଚାରି ଜଣ ଗର୍ଭବତୀ ମହିଳା ଥିବାବେଳେ ସେମାନଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ଉପୁଜୁଛି। ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଲୋକମାନେ ଠିକରେ ରୋଷେଇ ବାସ କରି ଖାଇ ପାରୁ ନାହାନ୍ତି। ଏପରିକି କଂକ୍ରିଟ ରାସ୍ତାରେ ନେଳି ଲାଗିଯିବାରୁ ଅନେକ ଲୋକ ପାଣିରେ ପସି ଆସିବା ବେଳେ ପଡୁଛନ୍ତି। ଯାହାକୁ ନେଇ ନୂଆ ସାହିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ବ୍ୟକ୍ତି ଜଳ ନିଷ୍କାସନର ବାଟ ବନ୍ଦ କରିଦେଇ ଥିବାରୁ ଏପରି ସମସ୍ୟା ଉପୁଜିଛି ବୋଲି ନିତ୍ୟାନନ୍ଦ ବେହେରା, ରାଧୁମଣି ବେହେରା, ଚନ୍ଦନ ପରିଡା, ଶାନ୍ତନୁ ବେହେରା, ଆନନ୍ଦ ବେହେରା, ନୃସିଂହ ବେହେରା, ସାଗର ବେହେରା, ମଧୁସୂଦନ ସେଠୀ, ଜୟନ୍ତୀ ବେହେରା, ଗଣନାଥ ପାତ୍ର ପ୍ରମୁଖ ଗ୍ରାମବାସୀ ମାନେ ଅଭିଯୋଗ କରି ଆଜି ତହସିଲ କାର୍ଯ୍ୟାଳୟ ଘେରାଉ କରି ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ତହସିଲଦାର ସଞ୍ଜୟ ସାମନ୍ତରାୟ ତୁରନ୍ତ ରାଜସ୍ବ ନିରୀକ୍ଷକ, ସୁପରଭାଇଜରଙ୍କୁ ଘଟଣା ସ୍ଥଳକୁ ଅନୁଧ୍ୟାନ ପାଇଁ ପଠାଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି।