April 27, 2026

ଜେ .କେ.ଗ୍ରୁପ ଅଫ ଇନଷ୍ଟିଟୁ୍ୟସନ ପକ୍ଷରୁ ଦାୱତ-ଏ- ଇଫତାର

IMG-20230419-WA0003
Share

 

 

ଜେ.କେ. ଗ୍ରୁପ ଅଫ ଇନଷ୍ଟିଟୁ୍ୟସନ ଅଧିନରେ ଥିବା ଇଂଟରନ୍ୟାସନାଲ ଇନଷ୍ଟିଟୁ୍ୟଟ ଅଫ ହସପିଟାଲିଟି ଆଣ୍ଡ ମ୍ୟାନେଜମେଂଟ ଓ ଜେ.କେ. ସ୍କୁଲ ଅଫ ସ୍ପୋର୍ଟସର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଦାୱତ-ଏ-ଇଫତାର ପାର୍ଟି କେନ୍ଦ୍ରାପଡା ସହରର ରସୁଲାବାଗ ଠାରେ ଆୟୋଜିତ ହୋଇଯାଇଛି । ଏହି ଇଫତାର ପାର୍ଟିରେ ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କାଉନସିଲର ଉମେଶ ଚନ୍ଦ୍ର ନାୟକ, ଚୌଧୁରୀ ସୁକୁମାର ଦାସ, ନିରାକାର ସ୍ୱାଇଁ, ରିହାନା ଖାତୁନ, ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଜେ.କେ.ଗ୍ରୁପ ଅଫ ଇନଷ୍ଟିଟୁ୍ୟସନର ପ୍ରତିଷ୍ଠାତା ମୀର ମହମ୍ମଦ ଜାବିର, ବରିଷ୍ଠ ଉପଦେଷ୍ଟା ସେକ ଲିଆକତ ଅଲ୍ଲୀ(ନସରୁ), ଅଧ୍ୟକ୍ଷ ଏନାମୁଲ ହକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମହମ୍ମଦ ସେକ ଇନାୟତ(ଚନ୍ଦନ), ଜିଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତାର, ସେକ ସୌକତ ଖାନ, ଡା. ସେକ ସାହାବୁଦ୍ଧିନ, ଅବରାର ଖାନ, ନଇମ ଖାଁ, ଖାନା ରମଜାନି, ଅବୁ ଜଲାଲ, ସରୋଜ କୁମାର ଲୁଗୁନ, ପଦ୍ମନାଭ ସାହୁ, ସେକ ସମସେର ଅଲ୍ଲୀ, ସେକ ଅରମାନ, ଅବଦୁଲ ମତିମ, ସେକ ଜୁନେଦ ଖାନ, ଟିକି ବାବୁ, ସେକ ଗୋଫ୍ରାନ ପ୍ରମୁଖ ଇଫତାର ପାର୍ଟିରେ ଉପସ୍ଥିତ ଥିଲେ ।

ରିପୋର୍ଟ – ଗୋକୁଳ