August 16, 2026

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ପକ୍ଷରୁ ଇଫତାର ପାର୍ଟି

IMG-20230419-WA0001
Share

 

 

କେନ୍ଦ୍ରାପଡ଼ା,

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟ ଦପ୍ତର ପରିସରରେ ଏକ ଇଫତାର ପାର୍ଟି ଆୟୋଜିତ ହୋଇଯାଇଛି । ସୋସାଇଟିର ପ୍ରତିଷ୍ଠାତା ସଭାପତି ପ୍ରମୋଦ ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସୋସାଇଟିରେ କାର୍ଯ୍ୟରତ ଉଭୟ ସଂପ୍ରଦାୟର କର୍ମଚାରୀ ଓ ଏଜେଂଟ ବନ୍ଧୁମାନଙ୍କ ମଧ୍ୟରେ ଏକ ସୁସ୍ଥ ବାତାବରଣ ଓ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସୋସାଇଟି ପକ୍ଷରୁ ପ୍ରତିବର୍ଷ ଏଭଳି ପାର୍ଟିର ଆୟୋଜନ କରାଯାଉ ଥିବା ବେଳେ ସମସ୍ତେ ଉତମ ବୁଝାମଣା ରକ୍ଷା ସହିତ ସେହି ଭାଇଚାରାକୁ ଅକ୍ଷୂର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ । ସୋସାଇଟିର ସମ୍ପାଦକ ପ୍ରହଲ୍ଲାଦ ସାହୁ, ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ, ସାଧାରଣ ପରିଚାଳକ ମନୋଜ ସାହୁ, ମୁଖ୍ୟ ଶାଖାର ବରିଷ୍ଠ ପରିଚାଳକ ରମେଶ ସେଠୀ, ପରିଚାଳିକା ସନ୍ତୋଷୀ ସାମଲ, ମୁଖ୍ୟ ଶାଖା ପରିଚାଳକ ଅରୁଣ ଢାଲି, ଆକାଉନ୍ଟାଟ ଦେବାଶିଷ ପାଇକରାୟ, ବରିଷ୍ଠ ପରିଚାଳକ ସୁପ୍ରିୟା ରାଉତ, ଲ ଅଫିସର ବିଜୟକେତନ ଦାସ, କର୍ମଚାରୀ ମୀର ଇମ୍ରାନ, ସେକ ଜବାର, ସେକ ରାଜା, ଅଜଗର ଅଲ୍ଲୀଙ୍କ ସମେତ ଶତାଧିକ କର୍ମଚାରୀ ଓ ଏଜେଂଟ ପ୍ରମୁଖ ଏହି ଇଫତାର ପାର୍ଟିରେ ଉପସ୍ଥିତ ଥିଲେ

ରିପୋର୍ଟ – ଗୋକୁଳ